ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରୁଷ୍‌କୁ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଚେତାବନୀ, କହିଲେ – ନାଟୋ ଦେଶର ଇଞ୍ଚେ ବି ଜାଗା ଆମେ କାହାକୁ କବ୍‌ଜା କରିବାକୁ ଦେବୁନି

1/10/2022 at 10:52 AM

ନୂଆଦିଲ୍ଲୀ: ରୁଷ୍‌କୁ ପୁଣି ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ । ଭ୍ଲାଦିମିର ପୁଟିନ୍‌ ଓ ୟୁକ୍ରେନ୍‌ ପ୍ରସଙ୍ଗକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆମେ ଆମ ପଡୋଶୀଙ୍କ ସହିତ ଛିଡ଼ା ହୋଇଛୁ ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି ବାଇଡେନ।

ସେ ଏହା ମଧ୍ୟ  କହିଛନ୍ତି ଯେ, ଆମେରିକା ନାଟୋ ଦେଶପ୍ରତି ଯତ୍ନବାନ ରହିଛି । ନାଟୋ ଦେଶର ଇଞ୍ଚେ ବି ଜାଗାକୁ କେହି ବି କବ୍‌ଜା କରିପାରିବେ ନାହିଁ। ନାଟୋ ସହଯୋଗୀଙ୍କ ସହ ଆମେ ପ୍ରତି ସମୟରେ ଛିଡ଼ା ହୋଇ ରହିବୁ। ତେଣୁ ମିଷ୍ଟର ପୁଟିନ୍‌ ଯାହା କହୁଛନ୍ତି, ସେଥିପ୍ରତି ଧ୍ୟାନ ନଦିଅନ୍ତୁ । ମୁଁ ମୋ ସହଯୋଗୀ ଦେଶମାନଙ୍କ ସହ ଯୋଗାଯୋଗରେ ରହିଛି। ଆମେ ପୁଣି ରୁଷ୍‌ ଉପରେ ନୂଆ କଟକଣା ଜାରି କରିଛୁ ବୋଲି ବାଇଡେନ୍ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ୟୁକ୍ରେନର ୪ଟି ଅଞ୍ଚଳ ରୁଷରେ ମିଶିଥିବା ନେଇ ଘୋଷଣା କରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦକ୍ଷିଣ-ପୂର୍ବ ୟୁକ୍ରେନର ଡୋନେଟସ୍କ, ଲୁହାନସ୍କ, ଜାପୋରିଜିୟା ଓ ଖେରସାନ ଅଞ୍ଚଳ ଋଷରେ ମିଶିଥିବା ବୋଲି ପୁଟିନ ଘୋଷଣା କରିଥିଲେ। ଏଥିପାଇଁ ରୁଷ ପକ୍ଷରୁ ସେପ୍ଟେମ୍ବର ୨୩ ଓ ୨୭ରେ ଏହିସବୁ ଅଞ୍ଚଳରେ ଜନମତ ସଂଗ୍ରହ କରାଯାଇଥିଲା। ଡୋନେଟକ୍ସର ୯୯.୨ ପ୍ରତିଶତ, ଲୁହାନସ୍କର ୯୮.୪ ପ୍ରତିଶତ, ଜାପୋରିଜିୟାର ୯୩.୧ ପ୍ରତିଶତ ଏବଂ ଖେରସାନର ୮୭ ପ୍ରତିଶତ ଲୋକ ରୁଷ ସପକ୍ଷରେ ମତ ଦେଇଥିଲେ। ମସ୍କୋର ସେଣ୍ଟ ଜର୍ଜ ହଲ୍‌ରେ ଶୁକ୍ରବାର ଆୟୋଜିତ ସମାରୋହରେ ପୁଟିନ ଏହି ଘୋଷଣା କରିଛନ୍ତି। ହଜାର ହଜାର ସଂଖ୍ୟାରେ ଋଷ ନାଗରିକ କରତାଳି ମାରି ଏହାକୁ ସ୍ବାଗତ କରିଥିଲେ।

   Related Posts