suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||

ଆମେ ଆତଙ୍କବାଦର ମଞ୍ଜି ବୁଣୁଛୁ, ଭାରତରେ ପ୍ରାର୍ଥନା ବେଳେ ଉପାସକଙ୍କର ଏମିତି ହତ୍ୟା ହୁଏନି: ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ 

1/02/2023 at 4:31 PM

ନୂଆଦିଲ୍ଲୀ: ସୋମବାର ପାକିସ୍ତାନର ପେସାୱାରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ପାଖାପାଖି ୧୦୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପୂରା ଦେଶରେ ଶୋକରେ ଛାୟା ଖେଳିଯାଇଛି। ତେବେ ଆଜି ଦେଶର ଯେଉଁ ଅବସ୍ଥା ହୋଇଛି ସେଥିପାଇଁ ପାକିସ୍ତାନ ନିଜେ ଦାୟୀ ବୋଲି ପାକ୍ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଅସିଫ କହିଛନ୍ତି। ପାକିସ୍ତାନ ଆତଙ୍କବାଦୀର ମଞ୍ଜି ବୁଣୁଥିବା ଅସିଫ୍ କହିଛନ୍ତି। ଏନେଇ ପାକିସ୍ତାନ ଗଣମାଧ୍ୟମ ‘ଦି ଡନ୍‌’ରେ ଖବର ପ୍ରକାଶ ପାଇଛି।

ସୋମବାର ପେଶାୱାରର ଏକ ମସ୍‌ଜିଦ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ପାଖାପାଖି ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିସହିତ ୧୭୦ ଜଣ ଆହତ ହୋଇଥିଲେ। ଶୁକ୍ରବାର ନମାଜ ପାଠ ସମୟରେ ୩୦୦-୪୦୦ ମସ୍‌ଜିଦ୍‌ରେ ଏକତ୍ର ହୋଇଥିଲେ। ଏହି ସମୟରେ ଜଣେ ଆତ୍ମଘାତି ବିସ୍ଫୋଣକାରୀ ଏଭଳି କାଣ୍ଡ ଘଟାଇଥିଲା। ବିସ୍ଫୋରଣ ପରେ ମସ୍‌ଜିଦ୍‌ ସମ୍ପୂର୍ଣ୍ଣ କାନ୍ଥ ଓ ଛାତ ଭୁଶୁଡ଼ି ପୁଲିସ ଅଫିସରଙ୍କ ଉପରେ ପଡ଼ିଥିଲା।  

ଏହି ଘଟଣା ପରେ ମଙ୍ଗଳବାର ପାକିସ୍ତାନ ସଂସଦରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷାମନ୍ତ୍ରୀ ଅସିଫ୍ କହିଛନ୍ତି “ ମୁଁ ବେଶି ସମୟ କହିବି ନାହିଁ। କିନ୍ତୁ ମୁଁ ଆରମ୍ଭରୁ ଶର୍ଟରେ କହିବାକୁ ଚାହୁଁଛି ଯେ ଆମେ ହିଁ ଆତଙ୍କବାଦର ମଞ୍ଜି ବୁଣୁଛେ।”ଯେଉଁ ଆତ୍ମଘାତି  ମସ୍‌ଜିଦ ପରିସରରେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଲା ସେ ଜୁହର ପ୍ରାର୍ଥନାକାରୀଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲା। ଏନେଇ ମନ୍ତ୍ରୀ କହିଛନ୍ତି ଯେ ଭାରତ ଓ ଇସ୍ରାଏଲ୍‌ରେ ପ୍ରାର୍ଥନା ସମୟରେ ଉପାକସମାନଙ୍କର ହତ୍ୟା ହୁଏନି କିନ୍ତୁ ପାକିସ୍ତାନର ହୁଏ। ତେଣୁ ଏହି ଦୁଃଖଦ ଘଟଣା ପାଇଁ ଆମେ କହାକୁ ଦାୟୀ କରିବା ବୋଲି ଅଶିଫ୍ ପ୍ରଶ୍ନ କରିଥିଲେ।

ଆତଙ୍କବାଦ ବିରୋଧରେ ପୂରା ଦେଶ ଏକାଠି ହେବା ଉଚିତ। ତା ପରେ ଯାଇ ଆତଙ୍କବାଦୀ ବିରୋଧୀ ଲଢ଼େଇ କରାଯାଇପାରିବ ବୋଲି ଖ୍ୱାଜା ଅସିଫ କହିଛନ୍ତି। କୌଣସି ଧର୍ମ ଓ ବିଭାଗକୁ ନେଇ ଆତଙ୍କବାଦୀର ବର୍ଗୀକରଣ କରାଯାଇ ନପାରେ। ଏମାନେ ଧର୍ମ ନାଁ ନେଇ ମୂଲ୍ୟବାନ ଜୀବନ ନେଇଯାଆନ୍ତି। ବର୍ତ୍ତମାନ ସମୟ ଆସିଯାଇଛି ଯେ ପାକିସ୍ତାନ ନିଜ ଘରକୁ ବ୍ୟବସ୍ଥିତ କରି ରଖିବାର।    

ସେହିପରି ଅତୀତରେ ପାକିସ୍ତାନ ତାର ଭୁଲ ବିଦେଶ ନୀତି ବର୍ତ୍ତମାନ କିପରି ପସ୍ତଉଛି ତା ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ ଖ୍ୱାଜା ଅସିଫ୍ କହିଥିଲେ। ଆଫଗାନିସ୍ତାନରେ ଋଷିଆର ଅଧିଗ୍ରହଣ କଥା ମନେ ପକାଇ ପ୍ରତିରକ୍ଷାମନ୍ତ୍ରୀ କହିଥିଲେ “ ଯେତେବେ ଋଷ ଆଫଗାନିସ୍ତାନ ଅଧିଗ୍ରହଣ କରିଥିଲା ସେତେବେଳେ ପାକିସ୍ତାନ ଆମେରିକାକୁ ଭଡ଼ା ସୂତ୍ରରେ ସେବା ଯୋଗାଇ ଦେଇଥିଲା। ଏନେଇ ଆମେରିାକ ସହିତ ହୋଇଥିଲ ୩ଟି ଚୁକ୍ତି ୮-୯ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଋଷକୁ ପରାସ୍ତ କରିବା ଖୁସୀରେ ଆମେରିକ ୱାଶିଂଟନ ଫେରିଯାଇ ଖୁସୀର ଉତ୍ସବ ପାଳନ କରିଥିଲା। ଆଉ ଆଗାମୀ ଦଶବର୍ଷ ପର୍ଯ୍ୟନ୍ତ ପରିଣାମ ଭୋଗିବାକୁ ପାକିସ୍ତାନକୁ ଛାଡ଼ି ଦିଆଗଲା। ୧୦ ବର୍ଷ ଅତିକ୍ରମ କରିବା ପରେ ୯/୧୧ ଆକ୍ରମଣ ହୋଇଥିଲା। ଏହାପରେ ଆମେରିକା ଠାରୁ ଧମକ ଆସିଲା ଆଉ ଆମେ ଆଉ ଗୋଟେ ଯୁଦ୍ଧରେ ଫସିଗଲେ।” ଏହି ଦୁଇଟି ଯୁଦ୍ଧରେ ପାକିସ୍ତାନ ହସ୍ତକ୍ଷେପ ଆମ ଘର ସ୍କୁଲ୍‌ ଓ ବଜାର ପର୍ଯ୍ୟନ୍ତ ଆତଙ୍କବାଦକୁ ପ୍ରସାରିତ କରି ଦେଇଛି।

ପେଶାୱାର ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ବରିଷ୍ଠ ପୁଲିସ ଅଫିସରଙ୍କ ପ୍ରତିକ୍ରିୟା ଆସିଛି। ପୁଲିସ ଉପରେ ରାଗ ସୁଝାଇବାକୁ ଆତଙ୍କବାଦୀ ସଂଗଠନ ଏପରି ଆକ୍ରମଣ କରିଛି ବୋଲି ବରିଷ୍ଠ ପୁଲିସ ଅଫିସର ରୟଟର୍ସକୁ ଏହି ସୂଚନା ଦେଇଛନ୍ତି।

   Related Posts