WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଆମେ ବିବାଦ ଆଗକୁ ବଢ଼ଇବାକୁ ଚାହୁନାହୁଁ’, ଭାରତର ଆକ୍ସନ ମଧ୍ୟରେ କାନାଡା ପିଏମ୍‌ଙ୍କ ପ୍ରତିକ୍ରିୟା

3/10/2023 at 10:49 PM

ନୂଆଦିଲ୍ଲୀ, ୦୩/୧୦: ଭାରତ ଏବଂ କାନାଡା ମଧ୍ୟରେ ଖଲିସ୍ତାନୀ ସମର୍ଥକଙ୍କ ହରଦୀ ସିଂହ ନିଜ୍ଜର ହତ୍ୟାକୁ ନେଇ ବିବାଦ ଜାରି ରହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ହାତ ଥିବା ନେଇ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଏହାରି ମଧ୍ୟରେ ମଙ୍ଗଳବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁହୋ କହିଛନ୍ତି ‘‘ଆମେ ବିବାଦକୁ ଆଗକୁ ବଢ଼ାଇବାକୁ ଚାହୁନାହୁଁ।’’ ଆଉ ଟ୍ରୁଡୋଙ୍କ ଏଭଳି ପ୍ରତିକ୍ରିୟାକୁ ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଥିବା କୁହାଯାଉଛି।

ପ୍ରକୃତରେ ଏଭଳି ଟ୍ରୁଡୋ ଏଭଳି କହିବାର କାରଣ ହେଉଛି। ଆଉ ଏବେ କାନାଡାକୁ ନିଜର ୪୦ ଜଣ କୂଟନୈତିଜ୍ଞଙ୍କୁ ଫେରାଇ ନେବା ପାଇଁ ଭାରତ ସରକାର ଡେଡଲାଇନ୍‌ ଦେବା ପରେ ସ୍ବର ବଦଳାଇବାକୁ ବାଧ୍ୟ ହୋଇଛନ୍ତି ଜଷ୍ଟିନ ଟ୍ରୁଡୋ । ଅକ୍ଟୋବର ୧୦ ସୁଦ୍ଧା ଡିପ୍ଲେମାଟଙ୍କୁ ଫେରାଇ ନେବା ପାଇଁ କାନାଡା ସରକାରଙ୍କୁ ଶୁଣାଇ ଦେଇଥିଲେ ଭାରତ ସରକାର । ଏହା ପରେ ନୂଆଦିଲ୍ଲୀ ସହ ଭଲ ସଂପର୍କ ସ୍ଥାପନ କରିବାକୁ ଚାହୁଥିବା କହିବା ସହ ବିବାଦ ଆଗକୁ ବଢ଼ାଇବେ ନାହିଁ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ । ଏହା ସହ କାନାଡାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ପରିବାରଙ୍କୁ ସୁରକ୍ଷା ଦେବେ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଜଷ୍ଟିନ୍‌ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ ? କାନାଡା ପିଏମଓ ରଖିଲା ସଫେଇ, ଗଣମାଧ୍ୟମକୁ ଟାର୍ଗେଟ

ଏହା ପୂର୍ବରୁ ଭାରତ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ମଧ୍ୟ ନୂଆଦିଲ୍ଲୀ ସହ ସଂପର୍କ ଭଲ କରିବାକୁ ଚାହିଁଥିଲେ ଟ୍ରୁଡୋ । ବିଶ୍ବ ଅର୍ଥନୀତିରେ ଭାରତର ଗୁରୁତ୍ବ ବଢ଼ୁଥିବା ବେଳେ କାନାଡା କୌଣସି ପ୍ରକାର ଅସୁବିଧା ସୃଷ୍ଟି କରିବାକୁ ଇଚ୍ଛୁକ ନୁହେଁ ବୋଲି ସେ କହିଥିଲେ । ହେଲେ ଭାରତ ସରକାର ଟ୍ରୁଡୋଙ୍କୁ କଡ଼ା ଜବାବ ଦେଇଥିଲେ ।

ଆତଙ୍କବାଦୀଙ୍କ ଲାଗି କାନାଡା ସରକାର ସୁରକ୍ଷିତ ସ୍ବର୍ଗ ତିଆରି କରୁଥିବା ନେଇ ଅଭିଯୋଗ କରିଥିଲା ଭାରତ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ କହିଥିଲେ ଯେ, କାନାଡା ସରକାର ଆତଙ୍କବାଦୀଙ୍କ ପ୍ରତି ନରମ ଭାବାମୂର୍ତ୍ତି ପୋଷଣ କରୁଛନ୍ତି । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ଏଭଳି ମାନସିକତାର ଲୋକଙ୍କ ଲାଗି ସୁରକ୍ଷିତ ସ୍ଥାନ ତିଆରି କରାଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ ।

   Related Posts