ଆମେ କେବଳ ବିଜେପି ସହ କାମ କରିନୁ ବିରୋଧୀ ଶାସିତ ରାଜ୍ୟରେ ବି ବ୍ୟବସାୟ କରିଛୁ: ଗୌତମ ଆଦାନୀ

Published By : Prameya-News7 Bureau | January 07, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ମୋର ଘନିଷ୍ଠତା ନେଇ ଅନେକ ସମୟରେ ସମାଲୋଚନା କରାଯାଉଛି। ହେଲେ ମୁଁ ଏହାକୁ ଅସ୍ୱୀକାର କରୁଛି। କାରଣ ମୁଁ ବିରୋଧୀ ସରକାର ଥିବା ରାଜ୍ୟମାନଙ୍କର ବି ବ୍ୟବସାୟ କରିଛି। ବର୍ତ୍ତମାନ ୨୨ ରାଜ୍ୟରେ ମୋର ବ୍ୟବସାୟ ଚାଲୁ ରଖିଛି। ସବୁ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ ବୋଲି ବିଶ୍ୱର ତୃତୀୟ ନମ୍ବର ଧନୀ ଗୌତମ ଆଦାନୀ କହିଛନ୍ତି।

ଇଣ୍ଡିଆ ଟିଭିକୁ ସାକ୍ଷାତକାର ଦେଇ ଏହି ପ୍ରତିକ୍ରିୟା ଦେଇଛନ୍ତି ଆଦାନୀ। ପ୍ରାୟ ଏକ ଘଣ୍ଟା ଏହି ସାକ୍ଷାତକାରରେ ଅଦାନୀ ତାଙ୍କୁ ମୋଦୀଙ୍କ ଘନିଷ୍ଠ ବୋଲି କହି ହେଉଥିବା ସମାଲୋଚନା କରାଯାଉଥିବା ଉତ୍ତର ରଖିଛନ୍ତି।

ସେ କହିଛନ୍ତି “ ପ୍ରତ୍ୟେକ ରାଜ୍ୟରେ ମୁଁ ଅଧିକରୁ ଅଧିକ ନିବେଶ କରିବାକୁ ଚାହୁଁଛି। ଆଦାନୀ ଗ୍ରୁପ ପ୍ରକୃତରେ ଖୁସୀ ଯେ ଆଜି ଆମର ୨୨ଟି ରାଜ୍ୟରେ ବ୍ୟବସାୟ ଚାଲିଛି। ହେଲେ ଏହି ସବୁ ରାଜ୍ୟ ବିଜେପି ଶାସନ କରୁ ନାହିଁ। ଆମର କୌଣସି ରାଜ୍ୟ ସରକାରଙ୍କ ସହ ଆମର ସମସ୍ୟା ନାହିଁ। ବାମପନ୍ଥୀ ସରକାର ଥିବା କେରଳରେ ଆମେ ବ୍ୟବସାୟ କରୁଛୁ। ମମତା ଦିଦିଙ୍କ ରାଜ୍ୟ ବେଙ୍ଗଲରେ କାମ କରୁଛୁ ଓଡ଼ିଶାରେ ନବୀନ ପଟ୍ଟନାୟକ ଜୀଙ୍କ ସହ ମିଶି କାମ କରୁଛୁ। ଜଗନମୋହନ ରେଡ୍ଡୀ ଷ୍ଟେଟ୍ ଏମିତିକି କେସିଆରଙ୍କ ରାଜ୍ୟରେ ବି ଆମର ବ୍ୟବସାୟ ଚାଲିଛି।”

ଆପକି ଅଦାଲତରେ ରଜତ ଶର୍ମାଙ୍କ ପ୍ରଶ୍ନର ଉତ୍ତର ଦେଇ ୬୦ ବର୍ଷୀୟ ଅଦାନୀ କହିଛନ୍ତି “ ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ କୌଣସି ବ୍ୟକ୍ତିଗତ ସାହାଯ୍ୟ ନେଇପାରିବେ ନାହିଁ। ଆପଣ ଜାତୀୟ ସ୍ୱାର୍ଥ ପାଇଁ ନୀତି ବିଷୟରେ ଆପଣ ତାଙ୍କ ସହ କଥା ହୋଇପାରିବ କିନ୍ତୁ ଯେତେବେଳେ ଏକ ପଲିସି ତିଆରି ହୁଏ ସେତେବେଳେ ସମସ୍ତଙ୍କ ପାଇଁ ହୁଏ କେବଳ ଅଦାନୀ ପାଇଁ ହୁଏନି।”

ଅଦାନୀ କହିଛନ୍ତି ଯେ ତାଙ୍କ କମ୍ପାନୀ ବିରୋଧରେ କିଛି ଲୋକଙ୍କ ମନରେ ଭୁଲ ମାନସିକତା ଅଛି ଯେ ବ୍ୟାଙ୍କ ଓ ସାଧାରଣ ଲୋକଙ୍କ ସେଭିଂକୁ କ୍ଷତି ପହଞ୍ଚାଇ ଆମେ ଲାଭବାନ ହେଉଛି। ଏକଥା ଭୁଲ୍। କାରଣ ଗତ ୮ ବର୍ଷରେ  ଆମ ଆୟ ୨୪ ପ୍ରତିଶତ ଉପରକୁ ଉଠିଛି। ସେହିପରି ସ୍ଥଳେ ଆମର ଋଣ ୧୧ ପ୍ରତିଶତ ବଢ଼ିଛି। ଆମର ସମ୍ପତ୍ତି ଋଣର ମାତ୍ର ୪ ଗୁଣ। ତେବେ ରାହୁଲ ଗାନ୍ଧୀ ବାରମ୍ବାର ଆମ ଉରେ କ୍ରୋନି କ୍ୟାପିଟାଲିଜିମ(ରାଜନେତାଙ୍କ ସହ ସମ୍ପର୍କ ରଖି ବ୍ୟବସାୟ ବଢ଼ାଇବା)ର ଅଭିଯୋଗ ଲଗାଉଛନ୍ତି। ତେବେ ଏହା ରାଜନୀତିରେ ଏକ ବ୍ୟବସାୟ ମାତ୍ର। ଏହି ସମୟରେ ସେ ରାଜସ୍ଥାନରେ ତାଙ୍କର ପୁଞ୍ଜି ନିବେଶ ବିଷୟରେ ଉଦାହରଣ ଦେଇଥିଲେ।

ତେବେ ମୋଦୀ ସରକାର ଆସିବା ପରେ ଯେ ତାଙ୍କୁ ସଫଳତା ମିଳିଛି ସେ କଥା ଲୋକେ ଭାବିବା ଭୁଲ। କଂଗ୍ରେସ ସରକାର ସମୟରୁ ହିଁ ତାଙ୍କ ଆୟ ବୃଦ୍ଧି ହୋଇଛି ବୋଲି ଆଦାନୀ କହିଛନ୍ତି।

ଏନେଇ ଆଦାନୀ କହିଛନ୍ତି “ମୁଁ ମୋ ଜୀବନରେ ୩ଟି ବଡ଼ ସୁଯୋଗ ପାଇଛି। ପ୍ରଥମେ ୧୯୮୫ ସମୟର। ସେତେବେଳେ ରାଜୀବ ଗାନ୍ଧୀ ଶାସନ କରୁଥିଲେ। ଯେତେବେଳେ ଏକ୍ସିମ ପଲିସିକୁ ଅନୁମତି ମିଳିଲା ସେତେବେଳେ ଆମ କମ୍ପାନୀ ବୈଶ୍ୱିକ ବ୍ୟାପାର କମ୍ପାନୀ ହୋଇପାରିଲା। ଦ୍ୱିତୀୟ ସୁଯୋଗ ମିଳିଥିଲା ୧୯୯୧ରେ। ପିଭି ନରସିଂହା ରାଓ ଓ ଡ. ମନମୋହନ ସିଂହ ଦେଶର ଅର୍ଥନୀତିରେ ଉଦାରିକରଣ ନୀତି ଆଣିଥିଲେ। ସେତେବେଳେ ଆମେ ପବ୍ଲିକ-ପ୍ରାଇଭେଟ ପାର୍ଟନର୍ସିପ ମୋଡ୍‌ରେ ପ୍ରବେଶ କରିଥିଲୁ। ଏବଂ ତୃତୀୟ ହେଲା ମୋଦୀଙ୍କ ୧୨ ବର୍ଷ ଶାସନ ସମୟରେ। ମୁଁ ଗର୍ବର ସହ କହିବି ଯେ ଏହା ଖୁବ ଭଲ ସମୟ ଥିଲା। ” ଗୁଜୁରାଟ ନିବେଶ ଉପଯୋଗୀ ଥିଲା  ଆଦାନୀ ଯୋପଯୋଗୀ ନୁହେଁ ବୋଲି ସେ କହିବାକୁ ଚାହିଁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.