‘ଭାରତକୁ ବିଜୟୀ କରିବାର ଅଛି...’: ତିନି ରାଜ୍ୟରେ ବିଜେପିର ବଡ଼ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ବୟାନ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ ସମେତ ଚାରି ରାଜ୍ୟର ମତଗଣନା ଜାରି ରହିଛି । ଏବେ ସୁଦ୍ଧ ଟ୍ରେଣ୍ଡରେ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପିକୁ ବହୁମତ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ରାଜ୍ୟରେ ମିଳୁଥିବା ବିଜୟରେ ଖୁସି ପ୍କଟ କରିଛନ୍ତି । ଏହାସହ ଏହି ବିପୁଳ ବିଜୟ ପାଇଁ ମାଆ-ଭଉଣୀ, ଯୁବ ଭୋଟର୍ସଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ପିଏମ୍ ମୋଦୀ ଏକ୍ସରେ ଲେଖିଛନ୍ତି, 'ଜନତା-ଜନାର୍ଦ୍ଦନଙ୍କୁ ନମନ ! ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନ ପରିଣାମ ଦର୍ଶାଉଛି ଯେ ଭାରତର ଲୋକଙ୍କ ଭରସା କେବଳ ଓ କେବଳ ସୁଶାସନ ଓ ବିକାଶର ରାଜନୀତିରେ, ତାଙ୍କ ଭରସା ବିଜେପି ଉପରେ ଅଛି । ବିଜେପି ପ୍ରତି ନିଜ ସ୍ନେହ, ବିଶ୍ୱାସ ଓ ଆଶୀର୍ବାଦ ବର୍ଷା କରିଥିବାରୁ ଏହି ସବୁ ରାଜ୍ୟର ପରିବାରଜନଙ୍କୁ, ବିଶେଷ କରି ମାଆ-ଭଉଣୀ-ଝିଅଙ୍କୁ, ଆମ ଯୁବ ଭୋଟର୍ସଙ୍କୁ ହୃଦୟରୁ ଧନ୍ୟବାଦ । ଏହି ଅବସରରେ ପାର୍ଟିର ସମସ୍ତ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ରୂପେ କୃତଜ୍ଞତା ଜଣାଉଛି । ଆପଣ ସମସ୍ତେ ଅଦ୍ଭୂତ ଉଦାହରଣ ସୃଷ୍ଟି କରିଛନ୍ତି '।

ପଢନ୍ତୁ: ଫଳାଫଳ ପରେ ବଦଳିଲା ଦେଶର ରାଜନୈତିକ ମାନଚିତ୍ର; ଏତିକି ରାଜ୍ୟରେ ଏବେ ବିଜେପି ସରକାର, ଦୁର୍ବଳ ହେଉଛି କଂଗ୍ରେ

wp:html /wp:html

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, 'ବିଜେପିର ବିକାଶ ଓ ଗରିବ କଲ୍ୟାଣ ନୀତିକୁ ଆପଣ ଯେପରି ଭାବେ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି, ତାକୁ ଯେତେ ପ୍ରଶଂସା କଲେ ବି କମ ହେବ । ଆମେ ବିକଶିତ ଭାରତର ଲକ୍ଷ୍ୟକୁ ନେଇ ଆଗକୁ ବଢୁଛୁ । ଆମେ ନା ଅଟକିବୁ, ନା ଥକିବୁ । ଭାରତକୁ ବିଜୟୀ କରିବାର ଅଛି । ଆଜି ଏହି ଦିଗରେ ଆମେ ମିଳିମିଶି ଏକ ସଶକ୍ତ ପଦକ୍ଷେପ ନେଇଛୁ'।

ତେଲଙ୍ଗାନା ବିଧାନସଭା ନିର୍ବାଚନ ପରିଣାମ ଉପରେ ପିଏମ୍ ମୋଦୀ ଲେଖିଛନ୍ତି, 'ମୋର ପ୍ରିୟର ଭଉଣୀ ଓ ଭାଇ, ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ । ଗତ କିଛି ବର୍ଷରେ ଏହି ସମର୍ଥନ ଲଗାତାର ବଢି ଚାଲିଛି ଓ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ । ତେଲଙ୍ଗାନା ସହ ଆମ ସମ୍ପର୍କ ଅତୁଟ ରହିଛି ଓ ଲୋକଙ୍କ ପାଇଁ କାମ କରିବା ଜାରି ରଖିବୁ । ମୁଁ ପ୍ରତ୍ୟେକ ବିଜେପି କର୍ମୀଙ୍କ ପରିଶ୍ରମୀ ଉଦ୍ୟମକୁ ପ୍ରଶଂସା କରୁଛି '।

Also read: ପିଏମ୍ ମୋଦୀଙ୍କ ଯାଦୁ, ୪ ଜାତି ଓ ଭରସାର ପ୍ରତିଛବି; ୨୦୨୪ ପାଇଁ ଏହି ଶିକ୍ଷା ମନେ ରଖିବେ ବିରୋଧୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.