ଭୋଗରାଇ ୧।୯: ଉଦୟପୁର ଦିଘା ସୀମାନ୍ତରେ ପଶ୍ଚିମବଙ୍ଗ ପୋଲିସର ଦାଦାଗିରି । ଛାଡ଼ୁନି ଓଡିଶାକୁ ଆଳୁ ଗାଡ଼ି । ପଚାରିବାରୁ ଓଡ଼ିଶା ବ୍ୟବସାୟୀଙ୍କ ମୋବାଇଲ ଛଡାଇ ନେଲେ ପଶ୍ଚିମବଙ୍ଗ ପୋଲିସ । ସୀମାନ୍ତରେ ଓଡ଼ିଶାବାସୀଙ୍କ ପ୍ରତିବାଦ । ଘଟଣାସ୍ଥଳରେ ପହଞ୍ଚିଛି ତାଳସାରି ସାମୁଦ୍ରିକ ପୋଲିସ ।
ସୂଚନାଯୋଗ୍ୟ ଯେ, ଭୋଗରାଇ ବ୍ଲକ ଉଦୟପୁର ଦୀଘା ସୀମାନ୍ତରେ ତନଖି କରୁଥିବା ପଶ୍ଚିମବଙ୍ଗ ପୋଲିସ ଓଡିଶାକୁ ଆଳୁ ଗାଡ଼ି ଛାଡୁନଥିବା ବେଳେ ଭୋଗରାଇ ବ୍ଲକର ବିଭିନ୍ନ ବଜାରରେ ଏବେ ମଧ୍ୟ ଚଡ଼ା ଦରରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ । ତେବେ ଏହାକୁ ନେଇ ବ୍ୟବସାୟୀ ମାନେ ସୀମାନ୍ତରେ ଥିବା ପଶ୍ଚିମବଙ୍ଗ ପୋଲିସକୁ ପଚାରିବାରୁ ବ୍ୟବସାୟୀଙ୍କ ମୋବାଇଲ ଛଡାଇ ନେଇଛନ୍ତି ପୋଲିସ । ଏହାକୁ ପ୍ରତିବାଦ କରି ଭୋଗରାଇ ବାସୀ ସୀମାନ୍ତରେ ପ୍ରତିବାଦ କରୁଥିବା ବେଳେ ଘଟଣାସ୍ଥଳରେ ତାଳସାରି ସାମୁଦ୍ରିକ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଦିଘା ପୋଲିସ ସହିତ ଆଲୋଚନା ଜାରି ରଖିଛନ୍ତି । ତେବେ ଏହାକୁ ନେଇ ପଶ୍ଚିମବଙ୍ଗର ତାଡ଼କେଶ୍ୱର ଆଳୁ ବ୍ୟବସାୟୀ ସଂଘର କୋଷାଧ୍ୟକ୍ଷ ଅମୀୟ ବାଇରୀ କହିଛନ୍ତି ଉଭୟ ପ୍ରଶାସନ ସହିତ ଆଳୁ ନେଇ ଆଲୋଚନା ବେଳେ ଆମେ ଉପସ୍ଥିତ ଥିଲୁ, ସେଭଳି କୌଣସି ରୋକ ନାହିଁ ।
You Can Read:
ଲାଲପଥର ଜଳ ପ୍ରପାତରେ ନାବାଳକ ନିଖୋଜ, ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଆସିଥିଲେ