ନ୍ୟୟର୍କ ୧୭।୦୨ - ମହାକାଶରୁ ପୃଥିବୀକୁ ଆସୁଥିବା ରହସ୍ୟମୟ ରେଡିଓ ତରଙ୍ଗ ବୈଜ୍ଞାନିକଙ୍କ ବଢାଇଛି ଚିନ୍ତା। ରହସ୍ୟମୟ ରେଡିଓ ତରଙ୍ଗ ମହାକାଶରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ୧୬ ଦିନ ବ୍ୟବଧାନରେ ପୃଥିବୀକୁ ଆସୁଛି। ପ୍ରଥମ ଚାରି ଦିନ ପ୍ରତି ଘଣ୍ଟାରେ ଥରେ କିମ୍ବା ଦୁଇ ଥର ଏହି ତରଙ୍ଗ ଆସୁଛି। ତା ପରେ ୧୨ ଦିନ ଯାଏ ତରଙ୍ଗ ଆସିବା ବନ୍ଦ ହୋଇଯାଉଛି ।
{"id":225645,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-20h02m26s708-1778x1000.jpg)
ମହାକାଶରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ। ରହସ୍ୟମୟ ରେଡିଓ ତରଙ୍ଗ ନେଇ ବୈଜ୍ଞାନିକ ଚିନ୍ତିତ। ମହାକାଶରୁ ଅନେକ ସମୟରେ ରେଡିଓ ତରଙ୍ଗ ପୃଥିବୀକୁ ଆସେ।
{"id":225648,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-20h02m35s023-1778x1000.jpg)
ମହାକାଶରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ
ରହସ୍ୟମୟ ରେଡିଓ ତରଙ୍ଗ ନେଇ ବୈଜ୍ଞାନିକ ଚିନ୍ତିତ
ସେପ୍ଟେମ୍ବର ୧୬, ୨୦୧୮ରୁ ଅକ୍ଟୋବର ୩୦,୨୦୧୯ ପର୍ଯ୍ୟନ୍ତ
ପୃଥିବୀକୁ ଆସିଥିବା ରେଡିଓ ତରଙ୍ଗ ପୂର୍ବରୁ ଆସିଥିବା ତରଙ୍ଗଠାରୁ କିଛି ଅଲଗା
ମହାକାଶରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ନିୟମିତ ବ୍ୟବଧାନରେ ପୃଥିବୀକୁ ଆସୁଛି
୫୦ କୋଟି ଆଲୋକ ବର୍ଷ ଦୂରରେ ଥିବା ଏକ ସ୍ପାଇରାଲ ଗାଲାକ୍ସିରୁ ଆସୁଛି ତରଙ୍ଗ
ପ୍ରତି ୧୬.୩୫ଦିନ ବ୍ୟବଧାନରେ ଏହି ତରଙ୍ଗ ପୃଥିବୀକୁ ଆସୁଛି
ପ୍ରଥମ ଚାରି ଦିନ ପ୍ରତି ଘଣ୍ଟାରେ ଥରେ କିମ୍ବା ଦୁଇ ଥର ଏହି ତରଙ୍ଗ ଆସୁଛି
ତା ପରେ ୧୨ ଦିନ ଯାଏ ତରଙ୍ଗ ଆସିବା ବନ୍ଦ ହୋଇଯାଉଛି
{"id":225649,"sizeSlug":"large"}
![](https://www.prameyanews7.com/wp-content/uploads/2020/02/vlcsnap-2020-02-17-20h02m38s858-1778x1000.jpg)
ପୂର୍ବରୁ ଅନେକ ଥର ବୈଜ୍ଞାନିକ ଏଭଳି ରେଡିଓ ତରଙ୍ଗର ପତ୍ତା ଲଗାଇଛନ୍ତି। ତେବେ ସେପ୍ଟେମ୍ବର ୧୬ ୨୦୧୮ରୁ ଅକ୍ଟୋବର ୩୦,୨୦୧୯ ପର୍ଯ୍ୟନ୍ତ ପୃଥିବୀକୁ ଆସିଥିବା ରେଡିଓ ତରଙ୍ଗର ପୂର୍ବରୁ ଆସିଥିବା ତରଙ୍ଗଠାରୁ କିଛି ଅଲଗା। ଯାହା ବୈଜ୍ଞାନିକଙ୍କ ଚିନ୍ତା ବଢାଇଛି।
{"id":225650,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-20h02m44s417-1778x1000.jpg)
ଏହି ଅବଧି ଭିତରେ ପୃଥିବୀକୁ ଆସିଥିବା ତରଙ୍ଗର ବିଶେଷତ୍ବ ହେଉଛି ଏହା ମହାକାଶରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ନିୟମିତ ବ୍ୟବଧାନରେ ପୃଥିବୀକୁ ଆସୁଛି। ପ୍ରତି ୧୬ ଦିନ ବ୍ୟବଧାନରେ ଏପରି ଘଟୁଛି ବୋଲି ବୈଜ୍ଞାନିକମାନେ ପତ୍ତା ଲଗାଇଛନ୍ତି। ବୈଜ୍ଞାନିକମାନେ ଏହା ମଧ୍ୟ ପତ୍ତା ଲଗାଇଛନ୍ତି ମହାକାଶରେ କେଉଁଠାରୁ ଏହା ଆସୁଛି।
{"id":225647,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-20h02m33s223-1778x1000.jpg)
ପୃଥିବୀଠାରୁ ୫୦ କୋଟି ଆଲୋକ ବର୍ଷ ଦୂରରେ ଥିବା ଏକ ସ୍ପାଇରାଲ ଗାଲାକ୍ସିରୁ ଏହା ଆସୁଥିବା ବୈଜ୍ଞାନିକମାନେ ଜାଣିପାରିଛନ୍ତି। କାନାଡାର ହାଇଡ୍ରୋଜେନ୍ ଇଟେନସିଟି ମ୍ୟାପିଙ୍ଗ ଏକ୍ସପେରିମେଣ୍ଟ ପ୍ରଥମେ ଏହି ତଥ୍ୟ ଉନ୍ମୋଚନ କରିଥିଲା। ଏହାର ରିପୋର୍ଟ କହୁଛି ଯେ ପ୍ରତି୧୬.୩୫ଦିନ ବ୍ୟବଧାନରେ ଏହି ତରଙ୍ଗ ପୃଥିବୀକୁ ଆସୁଛି। ପ୍ରଥମ ଚାରି ଦିନ ପ୍ରତି ଘଣ୍ଟାରେ ଥରେ କିମ୍ବା ଦୁଇ ଥର ଏହି ତରଙ୍ଗ ଆସୁଛି।
{"id":225651,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-20h02m46s696-1778x1000.jpg)
ତା ପରେ ୧୨ ଦିନ ଯାଏ ତରଙ୍ଗ ଆସିବା ବନ୍ଦ ହୋଇଯାଉଛି। ଏହି ସ୍ରୋତ ଜଣାପଡିବା ପରେ କଣ ପାଇଁ ଏଭଳି ଘଟୁଛି ତାହାର ଗବେଷଣାରେ ଲାଗିଛନ୍ତି ବୈଜ୍ଞାନିକମାନେ। ମହାକାଶରେ ଏହା ଏକ ବ୍ୟତିକ୍ରମ ନା ସ୍ବାଭାବିକ ପ୍ରକ୍ରିୟା ସେନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।