Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଚୀନରେ ଅର୍ଥନୀତିକୁ ଲାଗିଲାଣି ଡର, ଭୁଶୁଡିଗଲାଣି ଘର ସମ୍ପତ୍ତି ବେପାର : ରିଅଲ ଇଷ୍ଟେଟ୍ କାରବାରରେ ୟେନ୍ ବଦଳରେ ତରଭୂଜ-ଖରଭୂଜରେ ହେଉଛି କିଣାବିକା

4/07/2022 at 2:38 PM

ନୂଆଦିଲ୍ଲୀ ୦୪/୦୭: ଚୀନର ରିଅଲ ଇଷ୍ଟେଟ ବେପାର ମାନ୍ଦା ଚାଲିଛି । ବଡ ବଡ ବ୍ୟବସାୟୀ କୋଟି କୋଟି ଟଙ୍କା କ୍ଷତି ସହିଲେଣି । ଏହା ମଧ୍ୟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ।  ବିଭିନ୍ନ ବଡବଡ ବିଲଡର୍ ତଥା ରିଅଲ ଇଷ୍ଟେଟ୍ ବ୍ୟବସାୟୀ ଘର ବିକି ପାଉଣା ନନେଇ ତରଭୂଜ, ପିଚ୍ ବା ଖରଭୂଜ ତଥା ଅନ୍ୟ କୃଷି ଉତ୍ପାଦ ନେବାକୁ ବାଧ୍ୟ ହେଉଥିବା ନଜର ଆସିଛି ।  

ବେଜିଂର ସରକାରୀ ମିଡିଆ ଗ୍ଲୋବାଇ ଲାଇମ୍ସ ଅନୁସାରେ, ଚୀନର ଛୋଟଛୋଟ ସହରରେ ବିଲ୍ଡରମାନଙ୍କୁ ଠିକ୍ ଭାବେ ଘର ମାଲିକ ଟଙ୍କା ଦେଇପାରୁ ନାହାଁନ୍ତି । ଘର କିଣିଥିବା ବ୍ୟକ୍ତି ଡାଉନପେମେଣ୍ଟରେ ଟଙ୍କା ନଦେଇପାରି କୃଷି ଉତ୍ପାଦ ପ୍ରଦାନ କରୁଛନ୍ତି । ଯାହାକୁ ନେବାକୁ ବିଲ୍ଡରମାନେ ବାଧ୍ୟ ହେଉଛନ୍ତି । ଏହାଦ୍ୱାରା କୃଷକମାନେ ମଧ୍ୟ ଘର କିଣିବାର ସୁଯୋଗ ପାଇବେ ବୋଲି ଗ୍ଲୋବାଲ ଟାଇମ୍ସ କହିଛି ।

ସେପଟେ ଜିଆଙ୍ଗସୁ ଓ ନାନଜିଙ୍ଗର ଜଣେ ବିଲ୍ଡର କହିଛନ୍ତି ଯେ, ସେ ଏକ ନୂଆ ମାର୍କେଟିଂ ରଣନୀତି ଆରମ୍ଭ କରିଛନ୍ତି । ସେ ଘରକ୍ରେତାଙ୍କୁ ୨୦ ୟେନ୍ ବଦଳରେ କିଛି ନିର୍ଦ୍ଦିଷ୍ଟ କିଲୋର ତରଭୂଜ ପେମେଣ୍ଟ ଭାବେ ଦେବାକୁ କହିଛନ୍ତି ।

ସହରରେ ଲାଗିଥିଲା ପୋଷ୍ଟର

କିଛିଦିନ ତଳେ ବେଜିଂରେ ଏକ ପୋଷ୍ଟରରେ ଦେଖିବାକୁ ମିଳିଥିଲା ଯେ, ଘରକ୍ରେତାମାନେ ବିକ୍ରେତା କିମ୍ବା ବିଲ୍ଡରଙ୍କୁ ସର୍ବାଧିକ ୫୦୦୦ କେଜିର ତରଭୂଜ ଦେଇପାରିବେ । ଏହାଦ୍ୱାରା ସ୍ଥାନୀୟ ତରଭୂଜ ଚାଷୀମାନେ ଉପକୃତ ହୋଇପାରିବେ । କିନ୍ତୁ ଯେଉଁ କମ୍ପାନୀ ଏହି ପୋଷ୍ଟର ଲଗାଇଥିଲା ପରେ ସେ ଏହାକୁ ବାହାର କରିଦେଇଥିଲା । ସୋସିଆଲ ମିଡିଆରୁ ମଧ୍ୟ ଏସମ୍ବଳିତ କ୍ୟାମ୍ପେନ୍ ହଟାଇ ଦିଆଯାଇଥିଲା ।

ରିଅଲ ଇଷ୍ଟେଟ କାରବାର ଠପ୍

ଏଫପି ରିପୋର୍ଟ ଅନୁସାରେ, ଚୀନରେ ଗତ ୧୧ ମାସ ହେଲା ଘର ବିକ୍ରି ହ୍ରାସ ପାଇଛି । ମେ ମାସରେ ଗତବର୍ଷ ତୁଳନାରେ ୩୧.୫ ପ୍ରତିଶତ ଘର ବିକ୍ରି ହ୍ରାସ ପାଇଥିଲା । ତେବେ ଏଠାରେ ବିଭିନ୍ନ ସରକାରୀ କଟକଣା ହେତୁ ବିଲ୍ଡରମାନେ ପ୍ରଭାବିତ ହେଉଥିବା କୁହାଯାଉଛି ।

   Related Posts