କଟକରେ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପସିଲା ପାଣି ; ଜଳ ନିଷ୍କାସନ ପାଇଁ ଲଗାଯାଇଛି ୨୪୧ଟି ପମ୍ପ୍
12/10/2018 at 10:31 AM

କଟକ ୧୨|୧୦: କଟକରେ ଜାରି ରହିଛି ଲଗାଣ ବର୍ଷା । ୨୪ ଘଣ୍ଟା ମଧ୍ୟରେ କଟକରେ ୧୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସବୁ ତଳିଆ ଅଞ୍ଚଳରେ ପଶିଛି ବର୍ଷା ପାଣି । ରାଉସାପାଟଣା, ଝାଞ୍ଚିରିମଙ୍ଗଳା, ସାଆନ୍ତସାହି, ସୂତାହାଟ, ଗଙ୍ଗାମନ୍ଦିର, ଷ୍ଟୁଆଟପାଟଣା, ବାଦାମବାଡିରେ ପାଣି ଜମିଛି । ଲୋକଙ୍କ ଘରେ ମଧ୍ୟ ପାଣି ପସିଯାଇଛି । ଗତରାତିରୁ ଆରମ୍ଭ ହୋଇଥିବା ବର୍ଷାର ପରିମାଣ ଆଜି ସକାଳୁ ମଧ୍ୟ ଜାରି ରହିଥିଲା । ବର୍ଷା ଯୋଗୁଁ କଟକ ତଳି ଅଂଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଟକରେ ଜଳ ନିଷ୍କାସନ ପାଇଁ ୨୪୧ଟି ପମ୍ପ୍ ଲଗାଯାଇଛି । ଦମକଳବାହିନୀର ସହାୟତା ନିଆଯିବ ବୋଲି କହିଛନ୍ତି ମେୟର । ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଓ ମେୟର । ଅନେକ ଅଞ୍ଚଳରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ।
Related Posts
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023
ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍, ଏପ୍ରିଲ୍ ୬ ଯାଏଁ ଚାଲିବ ଅଧିବେଶନ
2 February 2023
ନିଆଁ ଲାଗି ପୋଡିଗଲେ ପରିବାର: ସ୍ତ୍ରୀ ମୃତ, ବାପା ଓ ପୁଅ ଗୁରୁତର
2 February 2023