ରାଜଧାନୀରେ ଲାଗି ରହିଛି ବର୍ଷା ; ତଳିଆ ଅଞ୍ଚଳ ଲୋକେ ଜଳବନ୍ଦୀ, ଘରେ ପଶିଲା ପାଣି
Published By : Prameya-News7 Bureau | October 12, 2018 IST
ଭୁବନେଶ୍ବର ୧୨|୧୦: ବାତ୍ୟା ତିତଲି ପ୍ରଭାବରେ ଦୁଇ ଦିନ ଧରି ରାଜଧାନୀରେ ଲାଗି ରହିଛି ବର୍ଷା । ଲଗାଣ ପ୍ରବଳ ବର୍ଷା ଯେ।ଗୁଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜମିରହିଛି ପାଣି । ଗତକାଲି ଦିନ ସାରା ବର୍ଷା ପରିମାଣ କମ୍ ଥିଲେ ମଧ୍ୟ ସନ୍ଧ୍ୟାରୁ ବର୍ଷାର ପରିମାଣ ବଢିଥିଲା । ରାତି ତମାମ୍ ପ୍ରବଳ ବର୍ଷା ଲାଗିରହିଥିଲା । ଫଳରେ ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମା ହୋଇଯାଇଥିଲା । ତଳିଆ ଅଞ୍ଚଳବାସୀ ଜଳବନ୍ଦୀ ହୋଇ ରହିଛନ୍ତି । ଲୋକଙ୍କ ଘରେ ପସିଛି ବର୍ଷା ପାଣି । ରାସ୍ତା ଉପରେ ମଧ୍ୟ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲିଛି । ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାଜଧାନୀ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜଳବନ୍ଦୀ ଥିବା ଲୋକମାନେ ମଧ୍ୟ ଘରୁ ବାହାରି ପାରୁନାହାଁନ୍ତି । । ଆଜି ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ପରିସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି ।