ଜଳପ୍ରପାତର ପାଣି ପାହାଡ ତଳକୁ ନୁହେଁ ଉପରକୁ ବିପରୀତ ଦିଗରେ ବହିଲା- ଦେଖନ୍ତୁ ଭିଡିଓ,ଜାଣନ୍ତୁ କାହିଁକି
12/11/2019 at 4:09 PM

ଆୟରଲ୍ୟାଣ୍ଡ – ସାଧାରଣତଋ ଜଳପ୍ରପାତର ପାଣି ତଳକୁ ପଡିଥାଏ । ମାତ୍ର ଆୟର ଲ୍ୟାଣ୍ଡରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଳ ପ୍ରପାତର ପାଣି ତଳକୁ ନ ଖସି ଉପର ଆଡକୁ ଯାଉଥିଲା । ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକମାନେ ଏହାକୁ ନିଜ ମୋବାଇଲ୍ରେ ଉତ୍ତୋଳନ କରିଥିଲେ । ଏହାର ଫଟୋ ଓ ଭିଡିଓ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇାରାଲ୍ ହୋଇଛି ।
ଏହା ମାଧ୍ୟାକର୍ଷଣ ଶକ୍ତିର ବିରୋଧାଭାସ କରୁଥିବା ଅନେକ କହିଛନ୍ତି । ଜଳପ୍ରପାତର ପାଣି ଉପରକୁ ଉଠୁଥିବା ଜାଣି ଅନେକ ଆଶ୍ଚର୍ଯ୍ୟ ହେଉଥିବେ । ମାତ୍ର ସେଠାରେ ବହୁ ଜୋର୍ରେ ପବନ ବହୁଥିବାରୁ ଏହାର ପାଣି ଉପର ଆଡକୁ ଗତି କରିଥିଲା । ଲଗାତାର ଭାବେ ଏହା ଉପରକୁ ଉଠୁଥିବାରୁ ଜଳପ୍ରପାତ ଓଲଟା ଦିଗରେ ପ୍ରବାହିତ ହେବା ପରି ଲାଗିଥିଲା । ଏହି ସ୍ଥାନରୁ ଆୟଲ୍ୟାଣ୍ଡରେ ମଦର କ୍ଲିଫ୍ କୁହାଯାଇଥାଏ । ଏହା ସମୁଦ୍ର ନିକଟରେ ରହିଥିବାରୁ ବେଳେ ବେଳେ ଜୋର୍ରେ ପବନ ବହିଥାଏ । ଜଳପ୍ରପାତର ପାଣି ଓଲଟା ଦିଗରେ ଗତି କରିଥାଏ।