ବାୟୁ ବୀର ରାଫେଲ୍‌କୁ ୱାଟର ସାଲ୍ୟୁଟ୍: ରାଫେଲ୍-୧, ରାଫେଲ୍-୨ ରାଫେଲ୍-୩, ରାଫେଲ୍- ୪ ରାଫେଲ୍-୫

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲ୨୯/୭: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଭାରତ ମାଟିରେ ଲ୍ୟାଣ୍ଡ କରିଛି ରାଫେଲ ଯୁଦ୍ଧ ବିମାନ। ଅପରାହ୍ଣ ଏହା ହରିୟାଣାର ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡିଂ କରିଥିଲା।  ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ବିମାନ ହେଉଛି ରାଫେଲ।  ଫ୍ରାନ୍ସରୁ ଆସୁଥିବା ୫ଟି ଯାକ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିବା ପରେ ଏହାକୁ ଦୁଇଟି ସୁଖୋଇ-୩୦ ଗାଇଡ କରି ଅମ୍ବାଲା ଯାଏ ବାଟ କଢାଇ ଆଣିଥିଲେ। ଭାରତୀୟ ବାୟୁ ସୀମାରେ ପ୍ରବେଶ କରିବା ପରେ ଏହାକୁ ବାୟୁସେନାର ରେଡିଓ ସିଗ୍ନାଲ ତରଫରୁ ସ୍ବାଗତ କରାଯାଇଥିଲା । ଆଉ ଅମ୍ବାଲାରେ ପହଁଞ୍ଚିବା ପରେ ଦିଆଯାଇଥିଲା ୱାଟର ସାଲ୍ୟୁଟ୍‌ ।

ବାୟୁ ବୀର ରାଫେଲ୍‌କୁ ୱାଟର ସାଲ୍ୟୁଟ୍ । ଅପରାହ୍ନ ପାଖପାଖି ୩ଟା ୧୪ ରେ ଅମ୍ବାଲ୍‌ ଏୟାର ବେସ୍‌ରେ ଲ୍ୟାଣ୍ଡ କରିଥିଲା ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ । ରାଫେଲ୍‌ ୱାନ ରାଫେଲ ଟୁ ରାଫେଲ୍‌ ଥ୍ରି ରାଫେଲ ୪ ରାଫେଲ ୫। ଅମ୍ବାଲା ଏୟାର ଷ୍ଟ୍ରିପ୍‌ରେ ଦିଆଯାଇଥିଲା ୱାଟର ସାଲ୍ୟୁଟ । ୩ଟା ୨୫ ରେ ପ୍ରତି ରକ୍ଷାମନ୍ତ୍ରୀ ରାଜନାଥ ସିଂ ରାଫେଲ୍‌ ଅମ୍ବାଲ୍‌ ଏୟାର ବେସ୍‌ରେ ଲ୍ୟାଣ୍ଡ କରିବାର ଭିଡିଓ ଟ୍ବିଟ କରିଥିଲେ । ବହୁ ପ୍ରତୀକ୍ଷାର ଅନ୍ତ ପରେ ଭାରତରେ ଏହି ଯୁଦ୍ଧ ବିମାନ ପହଞ୍ଚିଛି । ଫ୍ରାନ୍ସରୁ ଦୀର୍ଘ ୭୦୦୦ କିଲୋମିଟର ପଥ ଅତିକ୍ରମ କରି ଏହି ୫ ବିମାନ ଭାରତରେ ପହଞ୍ଚିଛି ।

ସୋମବାର ଦିନ ଫ୍ରାନ୍‌ସ ଛାଡ଼ିବା  ପରେ ରାଫେଲ୍‌ ୟୁଏଇରେ ପ୍ରବେଶ କରିଥିଲା। ସେଠାରେ ୩୦ ହଜାର ଫୁଟ ଉଚ୍ଚରେ ଏହାର ଆକାଶ ମାର୍ଗରେ ହୋଇଥିଲା ରିଫୁଏଲିଂ। ଯାହାକି ରାଫେଲର ଦକ୍ଷତା। ଏହାର ଫଟୋ ସେୟାର କରିଥିଲା ଭାରତୀୟ ଏୟାର ଫୋର୍ସ। ୭ ଘଣ୍ଟା ଯାତ୍ରା କରିବା ପରେ ସଂଯୁକ୍ତ ଆରବର ଅଲ୍  ଧଫାରା ବାୟୁସେନା ଘାଟିରେ ଏସବୁ ବିମାନ ଅଟକିଥିଲା ଏବଂ ଆଜି ସକାଳେ ପୁଣି ଯାତ୍ରା କରିଥିଲା ।  ଏହେଉଛି ଭାରତୀୟ ବାୟୁସୀମା ପ୍ରବେଶ କରିବା ବେଳର ଦୃଶ୍ୟ । ୫ ରାଫେଲ୍‌ ବିମାନକୁ ୨ ଟି ସୁଖୋଇ ଯୁଦ୍ଧ ବିମାନ ବାଟ କଢାଇ ଆଣୁଛନ୍ତି । ଭାରତୀୟ ବାୟୁସୀମାରେ ରାଫେଲ ପ୍ରବେଶ କରିବା ପରେ ବାୟୁସେନାର କଣ୍ଟ୍ରୋଲ ରୁମ୍ ରୁ ରାଫେଲ ଯୁଦ୍ଧ ବିମାନକୁ ସ୍ବାଗତ କରି ହାପି ଲ୍ୟାଣ୍ଡିଙ୍ଗ୍ ମେସେଜ୍ ଦିଆଯାଇଥିଲା।

ରାଫେଲ୍‌ ଯୁଦ୍ଧ ବିମାନ ଆମ୍ବାଲାରେ ପହଞ୍ଚିବା ବେଳେ ସେଠାରେ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଉପସ୍ଥିତ ଥିଲେ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।  ରାଫେଲ ଭାରତକୁ ସଠିକ୍ ସମୟରେ ହସ୍ତାନ୍ତର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନ୍ସ ସରକାର ଓ ଡାସଲ୍ଟ ଆଭିଏସନ୍ କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଥମ ଦଫାରେ ଆସିଥିବା ୫ଟି ରାଫେଲ୍‌ ଯୁଦ୍ଧ ବିମାନ ମଧ୍ୟରେ ୨ଟି ଟୁ ସିଟର ଏବଂ ବାକି ୩ ଟି ଥ୍ରି ସିଟର ରହିଛି ଚୁକ୍ତି ଅନୁଯାୟୀ ଫ୍ରାନ୍ସରୁ ମିଳିବାକୁ ଥିବା ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ପହଞ୍ଚିଛି । ବାକି ରାଫେଲ୍ ବିମାନ ଗୁଡିକ ୨୦୨୧ ଶେଷ ସୁଦ୍ଧା ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.