ଗତ ୮ଘଣ୍ଟା ହେବ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର : ଜଳ ସମ୍ପଦ ମନ୍ତ୍ରୀ

Published By : Prameya-News7 Bureau | August 22, 2022 IST

ଭୁବନେଶ୍ବର ୨୨।୮: ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର ରହିଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତ ୮ ଘଣ୍ଟା ହେବ ନଦୀରେ ବନ୍ୟାଜଳ ସ୍ଥିର ରହିଛି । ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ ସମେତ ତଳି ଅଞ୍ଚଳରେ ପାଣି ପଶିଛି । ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ । ଅନ୍ୟ ନଦୀ ଗୁଡିକରେ ବନ୍ୟାଜଳ କମିବା ଆରମ୍ଭ ହୋଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଝାଡଖଣ୍ଡ ଗାଲୁଡିହ ଡ୍ୟାମ୍‌ରୁ ପାଣି ଆସିବା ପରେ ସୁବର୍ଣ୍ଣରେଖା ନଦୀ ଫୁଲିବାରେ ଲାଗିଥିଲା ।ଝାଡଖଣ୍ଡ ଗାଲୁଡିହି ବ୍ୟାରେଜର ୧୮ଟି ଗେଟ୍ ଯୋଗେ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ଫଳରେ ବାଲେଶ୍ବର ଜିଲ୍ଲାର ବାଳିଆପାଳ ଓ ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.