ଭିଜିଲାନ୍ସ ଜାଲରେ ଫସିଲେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ କ୍ଲର୍କ, ବିଲ୍‌ ପାସ୍‌ କରାଇଦେବାକୁ କହି ନେଉଥିଲେ ଲାଞ୍ଚ

Published By : Prameya-News7 Bureau | March 01, 2024 IST

ବ୍ରହ୍ମପୁର:  କୋଡିଏ ହଜାର ଟଙ୍କା ଲାଞ୍ଚ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ଆସିକା ଜଳ ସମ୍ପଦ ବିଭାଗ ସେଚାଞ୍ଚଳ ଉନ୍ନୟନ ଖଣ୍ଡ ୮ର ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କିରାଣୀ କୈଳାଶ ବେହେରା l ସୂଚନା ଅନୁଯାୟୀ, ଅଫିସରେ ଲାଗିଥିବା ଗାଡିର ବିଲ୍‌ ପାସ୍‌ କରିବା ପାଇଁ ମାଲିକ ମନୁ ପଟ୍ଟନାୟଙ୍କ ଠାରୁ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଆଉ ପୂର୍ବ ସୂଚନା ମୁତାବକ ବ୍ରହ୍ମପୁର ଭିଜିଲାନ୍ସ ଟିମ ଶୁକ୍ରବାର ସନ୍ଧ୍ୟା ୬ଟାରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପଛ ପଟରେ ରହିଥିବା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉକରି ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କିରାଣୀ କୈଳାଶ ବେହେରା ଲାଞ୍ଚ ନେବାବେଳେ ଧରିଥିଲା।

ଆହୁରି ପଢ଼ନ୍ତୁ: ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ED ରେଡ, ଅର୍ଥ ଅନିୟମିତତା ନେଇ ଏକାସଂଗେ ୫ସ୍ଥାନରେ ଚଢାଉ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.