ବଢୁଛି ଜଳସ୍ତର : ହୀରାକୁଦ ଜଳଭଣ୍ଡାରର ୪୨ଟି ଗେଟ୍ ଖୋଲା, ଜଳସ୍ତର ୬୨୬.୨୭ ଫୁଟ୍

Published By : Prameya-News7 Bureau | August 29, 2020 IST

ସମ୍ବଲପୁର ୨୯।୦୮: ହୀରାକୁଦର ୪୨ଟି ଗୋଟ ଖୋଲିଲା । ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେବାରୁ ଆଉ ଦୁଇଟି ଗେଟ ଖୋଲାଯାଇଛି । ଏବେ ମୋଟ ୪୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ୬୨୬.୨୭ ଫୁଟ ଜଳ ଏବେ ରହିଛି ।

ଏବେ ହୀରକୁଦ ଜଳ ଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୮ ଲକ୍ଷ ୫୩ ହଜାର ୨୯ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୬ ଲକ୍ଷ ୯୪ ହଜାର ୨୦୦ କ୍ୟୁସେକ ଜଳ । ବାମ ପାର୍ଶ୍ବର ୨୭ଟି ଗେଟ ଖୋଲା ଯାଇଥିବା ବେଳେ ଡାହାଣ ପଟର ୧୫ଟି ଗେଟ ମାଧ୍ୟମରେ ବନ୍ୟା ଜଳ ନିଷ୍କାସିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.