ହୀରାକୁଦ ଜଳଭଣ୍ଡାରର ୧୮ଟି ଗେଟ୍ ଖୋଲା, ଜଳସ୍ତର ୬୧୫.୯୩ ଫୁଟ୍

Published By : Prameya-News7 Bureau | August 17, 2020 IST

ସମ୍ବଲପୁର ୧୭।୮: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୧୫.୯୩ ଫୁଟ୍ ପାଣି ରହିଛି । ଡ୍ୟାମ୍ ର ୧୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ୧୮ଟି ଗେଟ୍ ଦେଇ ୨ଲକ୍ଷ ୨୯ ହଜାର ୭୬୫ କ୍ୟୁସେକ୍ ଜଳ ଛଡାଯାଉଥିବାବେଳେ ଜଳଭଣ୍ଡାରକୁ ୩ ଲକ୍ଷ ୧୫ ହଜାର ୫୭୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

ଉପରମୁଣ୍ଡରେ ବର୍ଷା ତଥା ଜଳଭଣ୍ଡରକୁ ଜଳପ୍ରବେଶକୁ ଆଖିଆଗରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ୧୮ଟି ଗେଟ୍ ଖୋଲିଛନ୍ତି । ତେବେ ଗୋଟିଏ ପଟେ ବର୍ଷା ଓ ଅନ୍ୟପଟେ ଜଳପତ୍ତନ ବୃଦ୍ଧି ଗେଟ୍ ଖୋଲିବାର ପ୍ରମୁଖ କାରଣ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.