LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସ୍ୱଚ୍ଛ ପାଣି ସାତ ସପନ

1/05/2018 at 11:32 AM

ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଂଗକୁ ଝାଂଜିରେ ଅସ୍ତବ୍ୟସ୍ତ କୋରାପୁଟ ଜିଲ୍ଲା ବୋରିଗୁମ୍ମାର ମସିପଦର ଗ୍ରାମବାସୀ।ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପିଇବା ପାଣି ମୁନ୍ଦାଏ ପାଇଁ ଏବେ ଡହଳ ବିକଳଗ୍ରାମବାସୀ।ଏହି ଗାଁରେ ୨୦୦ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଗାଁରେ ଅଛି ମାତ୍ର ଗୋଟିଏ ନଳକୂଅଁ।ହେଲେ ଏଥିରୁ ଗୋଳିଆ ପାଣି ବାହାରୁଥିବାରୁ ଏହି ପାଣିରେ ଗାଧେଇଲେ କାଛୁ କୁଣ୍ଡିଆ ପରି ରୋଗ ହେଉଥିବା ବେଳେ ଲୋକମାନେ ଏହି ପାଣି ପିଇବେ ବା କଣ।ତେଣୁ ଗ୍ରାମବାସୀଙ୍କ ପାଇଁ ପାହାଡରୁ ଝରୁଥିବା ଛୋଟିଆ ଝର ଏବେ ଏକ ମାତ୍ର ମାଧ୍ୟମ ହୋଇଥିବା ବେଳେ ଜଂଗଲି ରାସ୍ତାରେ ପ୍ରତି ଦିନ ୨ କିଲୋମିଟର ଦୂର ଚାଲିବାକୁ ପଡୁଛି।

ମସିପଦର ଗାଁର ପାଣି ସମସ୍ୟା ବିଷୟରେ ଅବଗତ ଥିବା କହିଛନ୍ତି ଜୟପୁର ଉପଜିଲ୍ଲାପାଳ।ଏହି ଗାଁର ଭୂତଳ ଜଳ ତଳକୁ ଚାଲିଯାଇଥିବା ବେଳେ ପାଣି ବି ଦୂଷିତ ଥିବାରୁ ଗାଁରେ ଅଧିକ ନଳ କୂଅଁ ଖୋଳାଯାଉ ନାହିଁ ବୋଲି ସେ କହିଛନ୍ତି।ତେଣୁ ଗାଁ ଲୋକଙ୍କୁ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।ସେହିପରି ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାଇପ୍ ମାଧ୍ୟମରେ ପାଣି ଯୋଗାଇ ଦେବାକୁ ସେ ଆର.ଡବ୍ଳୁ.ଏସ୍.ଏସ୍ ନିର୍ଦେଶ ଦେଇଥିବା କହିଛନ୍ତି।

ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରୀ ବଢିବା ସହିତ ଜଳ କଷ୍ଟ ବି ବଢିବ। ତେଣୁ ପ୍ରଶାସନ ତରଫରୁ ତୁରନ୍ତ ମସିପଦର ଗାଁକୁ ପାଣି ଯୋଗାଇ ଦେବାର ଆବଶ୍ୟକତା ରହିଛି।

Leave a Reply

   Related Posts