ସାପଲାଞ୍ଜି ଗାଁ ନାଳ ପୋଲ ଉପରେ ଦୁଇ ଫୁଟ ଉଚ୍ଚାର ବର୍ଷା ଜଳ, ଘଣ୍ଟାଏ ଅଟକି ରହିଲେ ଛାତ୍ରଛାତ୍ରୀ
24/08/2022 at 7:04 PM

ତେଲକୋଇ, ୨୪/୮: ସାପଲାଞ୍ଜି ଗାଁ ନାଳ ପୋଲ ଉପରେ ଦୁଇଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ପ୍ରାୟ ୧ ଘଣ୍ଟା ଅଟକି ରହିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ । ଆଜି ତେଲକୋଇ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ଅଧିକ ବର୍ଷା ଜଳ ପ୍ରବାହିତ ହୋଇଥିଲା । ଯାହା ଫଳରେ ପିଟାନାଳି-ସାପଲାଞ୍ଜି ନାଳ ପୋଲ ଉପରେ ମଧ୍ୟ ଦୁଇଫୁଟ ଉଚ୍ଚାର ବର୍ଷା ଜଳ ପ୍ରବାହିତ ହୋଇଥିଲା । ଫଳରେ ଆଦର୍ଶ ବିଦ୍ୟାଳୟ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲ ଛୁଟି ପରେ ଅପର ପାର୍ଶ୍ବରେ ଏକ ଘଣ୍ଟା ଅଟକି ରହିଥିଲେ । ପାଣି ଟିକେ କମିବା ପରେ ଶିକ୍ଷକ ମାନଙ୍କ ସହାୟତାରେ ପୋଲ ଉପର ଦେଇ ସ୍କୁଲ ପିଲାମାନେ ଘରକୁ ଫେରିଥିଲେ ।
Related Posts
ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ
30 January 2023
ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍
30 January 2023