୨ ବିଲିୟନ ଲୋକଙ୍କ ପାଖରେ ନାହିଁ ଶୁଦ୍ଧ ପାନୀୟ ଜଳ, ଜାତିସଂଘ ମହାସଚିବ ଦେଲେ ବଡ଼ ବୟାନ

Published By : Prameya-News7 Bureau | March 25, 2023 IST

ନୂଆଦିଲ୍ଲୀ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ ବିଶ୍ୱ ଜଳ ସମ୍ୱଳ ଉପରେ ତିନି ଦିନିଆ ସମ୍ମିଳନୀକୁ ସମ୍ୱୋଧିତ କରିଛନ୍ତି । ସମ୍ମିଳନୀର ଶେଷ ଦିନରେ ସେ କହିଛନ୍ତି ଯେ ମାନବତାର ଅସ୍ତିତ୍ୱ, ସେମାନେ ପାଣିକୁ କିପରି ବ୍ୟବହାର କରୁଛନ୍ତି ତାହା ଉପରେ ନିର୍ଭର କରିବ । ଏହି ସମ୍ମିଳନୀରେ ସେ ବିକାଶଶୀଳ ଦେଶରେ ସ୍ୱଚ୍ଛ ପାନୀୟ ଜଳ ଏବଂ ସ୍ୱଚ୍ଛତା ପାଇଁ ଆହ୍ୱାନ କରିଛନ୍ତି । ଗୁଟରେସ କହିଛନ୍ତି, 'ଭବିଷ୍ୟତ ପାଇଁ ମଣିଷର ଅସ୍ତିତ୍ୱ କୌଣସି ନାଁ କୌଣସି ରୂପରେ ଜଳର ସଠିକ ପରିଚାଳନା ଏବଂ ସଂରକ୍ଷଣର ଏକ ନୂଆ ରୂପରେଖ ଉପରେ ନିର୍ଭର କରୁଛି' ।

ଗୁଟରେସ କହିଛନ୍ତି ଯେ ଏଥିରେ କୃଷି ପାଇଁ ଜଳର ତର୍କସଙ୍ଗତ ଉପଯୋଗ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ଜଳ ବିଶ୍ୱ ରାଜନୀତିକ ଏଜେଣ୍ଡାର କେନ୍ଦ୍ର ହେବା ଦରକାର । ସମ୍ମିଳନୀର ପୂର୍ବ ସଂଧ୍ୟାରେ ଜାରି ଜାତିସଂଘ ବିଶ୍ୱ ଜଳ ବିକାଶ ରିପୋର୍ଟ ଅନୁସାରେ ଦୁନିଆ ୨୬ ପ୍ରତିଶତ ଜନସଂଖ୍ୟା (୨ ବିଲିୟନ ଲୋକ)ଙ୍କ ପାଖରେ ସ୍ୱଚ୍ଛ ପାନୀୟ ଜଳ ନାହିଁ । ୪୬ ପ୍ରତିଶତ ଜନସଂଖ୍ୟା (୩.୬ ବିଲିୟନ ଲୋକ) ସ୍ୱଚ୍ଛର ଅଭାବ ସହ ବଞ୍ଚୁଛନ୍ତି ।

ଜାତିସଂଘର ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଦୁନିଆ ପ୍ରାୟ ଅଧା ଜନସଂଖ୍ୟା ୨୦୩୦ ସୁଦ୍ଧା ଗମ୍ଭୀର ଜଳସଂକଟର ସାମନା କରିବ । ସମ୍ମିଳନୀରେ ଜଳ ସଂକଟର ସାମନା କରୁଥିବା ଦେଶ ମୁଖ୍ୟତଃ ବିକାଶଶୀଳ ଦେଶ ସଦସ୍ୟ ରାଷ୍ଟ୍ରଙ୍କୁ ନିଜ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଦେବା ପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗ ଲୋଡ଼ିଛନ୍ତି । ଏହା ପୂର୍ବରୁ ଗୁଟରେସ ଭାରତକୁ ବଡ଼ ଚେତାବନୀ ଦେଇଥିଲେ ଏବଂ କହିଥିଲେ ଯେ ଉତ୍ତର ଭାରତର ପ୍ରମୁଖ ନଦୀରେ ଜଳ ପ୍ରବାହ କମ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.