ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ରାସ୍ତାରେ ଜମି ରହିଛି ପାଣି : ଜନଜୀବନ ଅସ୍ତବ୍ୟସ୍ତ

Published By : Prameya-News7 Bureau | July 01, 2019 IST

ଭୁବନେଶ୍ୱର ୧/୭ : ମୁସଳ ଧାରାରେ ବର୍ଷା । ତା ସାଙ୍ଗକୁ ବିଜୁଳୀ ଓ ଘଡଘଡି । ଗତକାଲି ସନ୍ଧ୍ୟାରେ ରାଜଧାନୀରେ ପାଖାପାଖି ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା । ଉତ୍ତର ପଶ୍ଚିମ ବଙ୍ଗପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି । ଦୁଇ ଘଣ୍ଟାର ବର୍ଷାରେ ରାଜଧାନୀର ବିଭିନ୍ନ ରାସ୍ତାରେ କିଛି ସମୟ ପାଇଁ ଯାତାୟତ ବନ୍ଦ ହୋଇଯାଇଥିଲା । କିଛି କିଛି ଯାଗାରେ ଓ୍ବାଟର ଲୋଗିଂ ମଧ୍ୟ ହୋଇଥିଲା ।

{"id":129259}

ଆଚାର୍ଯ୍ୟ ବିହାର, ବାଣୀବିହାର, ଏୟା‌େପୋର୍ଟ ରୋଡ,ସିଆଃରପି, ଇଷ୍କନ ସମ୍ମୁଖ, ସୌଭାଗ୍ୟ ନଗର, ପାଟିରେ, ଚନ୍ଦ୍ରଶେଖରପୁର ଆଦି ଅଂଚଳରେ ଓ୍ବାଟର ଲୋଗିଂ ହୋଇଥିଲା । ଅନ୍ୟପଟେ କୋତେଟି ବସ୍ତିରେ ମଧ୍ୟ ଘର ଭିତରକୁ ପାଣି ପସି ଦେଖିବାକୁ ମଳିଥିଲା । ଯାହାଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

{"id":129260}

ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟର ୮ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ନିର୍ଦେଶ ଦିଆଯାଇଛି ।

{"id":129262}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.