suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଉବୁଟୁବୁ କଟକ ସହର : ଅଧିକାଂଶ ଅଞ୍ଚଳ ଜଳମଗ୍ନ, ଘରେ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି

6/07/2019 at 12:01 PM

କଟକ ୬|୭: ଲଗାଣ ବର୍ଷାରେ ବେହାଲ କଟକ ସହରର ଅବସ୍ଥା ।  ଗତ ୧୨ ଘଣ୍ଟାର ଲଗାଣ ବର୍ଷା ଫଳରେ କଟକ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ବିଶେଷ କରି ସହରର ତଳି ଅଞ୍ଚଳ ପଟ୍ଟାପୋଲ, ମେରିଆ ବଜାର, ସୂତାହାଟ, ତୁଳସୀପୁର, ବାଦାମବାଡି, ସାଅନ୍ତସାହି, ପିଠାପୁର ଆଦି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଲୋକେ ଯାତାୟତ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଭିନ୍ନ ଅଞ୍ଚଳରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଟ୍ଟାପୋଲ ଅଞ୍ଚଳରେ ଏତେ ମାତ୍ରାରେ ପାଣି ଜମି ରହିଛି । ବସ୍ତି ଅଞ୍ଚଳର ଘର ଗୁଡିକ ପାଣିରେ ବୁଡି ରହିଛି । ଗତକାଲିଠାରୁ ଏପରି ଅବସ୍ଥା ଲାଗିରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ସର୍ବାଧିକ ୧୩୪.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।  ପ୍ରଶାସନ ପକ୍ଷରୁ କିଛି ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ପମ୍ପ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସବୁ ଅଞ୍ଚଳରେ ପମ୍ପ୍ ବ୍ୟବସ୍ଥା କରାଯାଇନାହିଁ । ଫଳରେ ପାଣି ନିଷ୍କାସନ ହୋଇପାରୁନାହିଁ । ପାଣିରେ ଉବୁଟୁବୁ ହୋଇ ଲୋକେ ହନ୍ତସନ୍ତ ହେଉଛନ୍ତି ।

   Related Posts