କେନାଲରେ ୧୦ ଫୁଟର ଘାଇ ଯୋଗୁଁ ଫୁଲନଖରା ନିଆଳି ରାସ୍ତାରେ ଲହଡା ମାରୁଛି ପାଣି

Published By : Prameya-News7 Bureau | September 17, 2018 IST

କଟକ ୧୭/୯: କଟକ ଜିଲ୍ଲା ନିଆଳି ଜଳ ସଂପଦ ବିଭାଗ ଅଧିନରେ ପରିଚାଳିତ ନୂଆଗାଁ ଉପ କେନାଲରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ କେନାଲପାଣି ଫୁଲ ନଖରା ନିଆଳି ରାସ୍ତା ଉପରେ ଲହଡି ମାରୁଛି । ବନ୍ଧ ଦୁର୍ବଳ ଥିବାରୁ ଘାଇ ସୃଷ୍ଟି ହୋଇ ଏପରି ଅବସ୍ଥା ସୃଷ୍ଟି କରିଥିବା ଜଣାପଡିଛି । କେନାଲ ପାଣି ଧାନ ଜମି ଓ ଗ୍ରାମରେ ପଶିବାର ସଂମ୍ଭାବନା ରହିଛି । ଜଳ ସଂପଦ ବିଭାଗ ଅଧିକରୀ ବା ପ୍ରଶାସନ ଏଯାଏ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି । ତୁରନ୍ତ ଘାଇ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.