ମାଲକାନଗିରି ତମସା ନଦୀ ପୋଲ ଉପରେ ପ୍ରବାହିତ ହେଉଛି ୭ ଫୁଟର ପାଣି

Published By : Prameya-News7 Bureau | September 21, 2018 IST

ମାଲକାନଗିରି ୨୧/୯ : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ସମସ୍ତ ନଦୀରେ ଜଳସ୍ତର ବୃଦ୍ଧି ପାଇଛି | ତମସା ନଦୀ ପୋଲ ଉପରେ ୭ ଫୁଟର ପାଣି ପ୍ରବାହିତ ହେଉଛି | ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗଯୋଗ ବିଚ୍ଛିନ୍ନ ହୋଇପଡିଛି | ଏମ୍ଭି-୭ ଗାଁରେ ଲୋକଙ୍କ ଘରେ ପାଣି ପସିରହିଛି | ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବର୍ଷା ଯୋଗୁଁ ବାଲିମେଳା ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି | ପାଣିରେ ବୁଡି ରହିଛି ଜାନବାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର | ଗୁରୁପ୍ରିୟ ସେତୁରେ ମଧ୍ୟ ବର୍ଷା ପାଣି ଜମି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.