oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ରାଜଧାନୀ ଭୁବନେଶ୍ବରରେ ବର୍ଷା ବିତ୍ପାତ ; ଗତକାଲି ରାତିରୁ ଲଗାଣ ବର୍ଷା

21/07/2018 at 8:04 AM

ରାଜଧାନୀ ଭୁବନେଶ୍ବରରେ ବର୍ଷା ବିତ୍ପାତ । ଗତକାଲି ରାତିରୁ ଲଗାଣ ବର୍ଷାରେ ବେହାଲ ସ୍ମାର୍ଟ ସିଟି । ସହରର ଏ ମୁଣ୍ଡରୁ ସେ ମୁଣ୍ଡ, ସବୁଆଡ଼ ଜଳବନ୍ଦୀ । କେବଳ ଖାଲୁଆ ଅଞ୍ଚଳ ନୁହେଁ ପ୍ରମୂଖ ରାସ୍ତାରେ ପାଣିର ସୁଅ । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣିବିହାର, ନୟାପଲ୍ଲୀ, ଶୈଳଶ୍ରୀ ବିହାର, ବମିଖାଲ, ଜାଗମରା, ଚନ୍ଦ୍ରଶେଖରପୁର, ଡମଣା, ରସୁଲଗଡ଼, ପଳାଶୁଣୀ , ଗୌରୀ ଗାର୍ଡେନ୍ , ଶ୍ରୀରାମ ନଗର ଆହୁରି ଅନେକ ଅଞ୍ଚଳରେ ଲହଡି ମାରୁଛି ପାଣି । ଇସ୍କନ ମନ୍ଦିର ରାସ୍ତାରେ ଛାତିଏ ପାଣି । ପେଟ୍ରୋଲ ପମ୍ପରେ ମଧ୍ୟ ପାଣି । କିଛି ସ୍ଥାନରେ ଗଛ ପଡି ରାସ୍ତା ବନ୍ଦ । ରାଜଭବନ ପାଚେରୀ ବର୍ଷାରେ ଭୁଷୁଡିଛି । ଭାଙ୍ଗିଛି ମଞ୍ଚଶ୍ବର ରେଲୱେ ୱାର୍କସପ୍ ପାଚେରୀ । ୨୦ ଫୁଟ ପାଚେରୀ ଭାଙ୍ଗିବାରୁ ୱାର୍କସପ୍ ଭିତରେ ପାଣି ପଶିଛି । ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭୁବନେଶ୍ବର ବାସିନ୍ଦା । ରସ୍ତାଘାଟ ବୁଡିଛି, ଘର ଭିତରେ ବି ପାଣି ସୁଅ । ସବୁ ଆସବାବପତ୍ର ବୁଡିଛି। ଖଟ ଉପରେ ଚଢି ବସିଛନ୍ତି ଲୋକେ । ଗାଡି ସବୁ ଭାସୁଛି । ଏପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ, କଲେଜକୁ ବନ୍ଦ ନିର୍ଦ୍ଦେଶ ଦିଆ ଯାଇଛି । ପାଣି ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ମୋଟର ଲାଗିଛି । ଜୟଦେବ ବିହାରରେ ସମେତ ଅନେକ ଜଳବନ୍ଦୀ ଅଞ୍ଚଳେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ୍ ଟିମ୍ । ପରିସ୍ଥିତି ସଂଘାତିକ । ଉଦ୍ଧାର ଏବଂ ସହାୟତା ଲାଗି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ସେହି ନମ୍ବରଟି ହେଲା ୦୬୭୪-୨୫୪୮୨୯୫ ।

   Related Posts