ଓ୍ୱାର୍ଡରେ ଲହଡି ଭାଙ୍ଗୁଛି ବର୍ଷାପାଣି, କୋଠାରୁ ଗଳୁଛି ପାଣି: ଦୟନୀୟ ଅବସ୍ଥାରେ ଚାଲିଛି ରୋଗୀ ଚିକିତ୍ସା

Published By : Prameya-News7 Bureau | May 11, 2022 IST

ଆନନ୍ଦପୁର ୧୧/୦୫: ଆଣ୍ଠୁରେ ପାଣିରେ ସ୍ୱାସ୍ଥ୍ୟସେବା । ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି କୋଠା । ରୋଗୀମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥାନ୍ତି । କିନ୍ତୁ ବର୍ଷା ହେଲେ କିଭଳି ଡ଼ାକ୍ତରଖାନାରେ ଆଣ୍ଠୁଏ ପାଣିରେ ଚାଲିଛି ରୋଗୀଙ୍କୁ ଟିକାକରଣ । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ନବଜାତ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରୁ ନଜର ଆସିଛି ଏମିତି ଚିତ୍ର ।

wp:html /wp:html

୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠା । ଏଠାରେ ନବଜାତ ଶିଶୁ ଏବଂ ଗର୍ଭବତୀ ମହିଳା ମାନେ ଚିକିତ୍ସା ହୋଇଥାନ୍ତି । ନିମ୍ନମାନର କାମ ପାଇଁ ଏହି କୋଠାରୁ ପାଣି ଗଳୁଛି । ଫଳରେ ନବଜାତ ଶିଶୁ ଏବଂ ଗର୍ଭବତୀ ମହିଳା ମାନେ ଅତି ଦୟନୀୟ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଏହି ପାଣି ରେ ପଡ଼ି ଜଣେ ଶିଶୁ ଆହତ ହୋଇଥିବାବେଳେ ଆଜି ନିଜ ଶିଶୁର ଚିକିତ୍ସାପାଇଁ ଆସିଥିବା ଜଣେ ବ୍ୟକ୍ତି ପଡି ଆହତ ହୋଇଛନ୍ତି ।

ଏହି ପାଣି ବିପଦପୂର୍ଣ୍ଣ ଭାବେ ସ୍ୱାସ୍ଥ୍ୟସେବା ପାଉଛନ୍ତି ବୋଲି ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି । ସେହିଭଳି ଟିକା କରଣ କେନ୍ଦ୍ରରେ ଆଣ୍ଠୁଏ ପାଣି । ପାଣିରେ ଚାଲିଛି ନବଜାତ ଶିଶୁଙ୍କୁ ଟିକାକରଣ । ସୁସ୍ଥ ହେବା ଆଶା ରଖି ଡାକ୍ତରଖାନାକୁ ଆସୁଥିବା ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ଏଭଳି ପରିବେଶରେ ବେଶୀ ଅସୁସ୍ଥ ହେବ । ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଲୋକେ ହେଉଛନ୍ତି କଲବଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.