ମାଲକାନଗିରିରେ ଲଗାଣ ବର୍ଷା, ବଢୁଛି ବିଭିନ୍ନ ନଦୀର ଜଳସ୍ତର
2/08/2019 at 10:53 AM

ମାଲକାନଗିରି ୨|୮: ଭାସୁଛି ମାଲକାନଗିରି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ପୋଟେରୁ, କାଙ୍କେରକୋଣ୍ଡା, କୋରକୋଣ୍ଡା ଓ ଏମ୍ଭି-୩୬ ଠାରେ ପୋଲ ଉପରେ ୫ ଫୁଟର ପାଣି ଚାଲୁଛି ।

ଫଳରେ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ଉଭୟ ପଟେ ଅଟକି ରହିଛି ଶହ ଶହ ଗାଡି । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆହୁରି ଦୁଇ ତିନି ଦିନ ଧରି ବର୍ଷା ହେବାର ସମ୍ଭାବନା ଥିବାରୁ ସ୍ଥିତି ଗମ୍ଭୀର ହୋଇପାରେ ।
Related Posts
କୂଅ ଭିତରେ ଭାଲୁ, ଖାଦ୍ୟ ଅନ୍ୱେଷଣରେ ଆସି ଖସିପଡିଲା
5 July 2022
ଗ୍ୟାସ ଭରିବା ସମୟରେ ଫାଟିଲା ସିଲିଣ୍ଡର, ୩ ଗୁରୁତର
5 July 2022