ଫୁଲୁଛି ରାଜୁଆ ନଦୀ, ଖୋର୍ଦ୍ଧା ବ୍ଲକ୍‌ର ୭ଟି ଗାଁ ପାଣି ଘେରରେ

Published By : Prameya-News7 Bureau | August 16, 2022 IST

ଖୋର୍ଦ୍ଧା ୧୬।୮: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୩୪ଟି ଗେଟ୍ ଖୋଲିଥିଲା । ସେଥିରୁ ୮ଟି ଗେଟ୍ ବନ୍ଦ ହୋଇଥିବା ବେଳେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଗେଟ୍ ଖୋଲିବା ପରେ ରାଜୁଆ ନଦୀ ଫୁଲିବାରେ ଲାଗିଛି । ଏହା ପ୍ରଭାବରେ ରାଜୁଆ ବ୍ୟାକ୍ ଓ୍ବାଟର ଖୋର୍ଦ୍ଧା ବ୍ଲକ ଓବରସିଂହ ଏବଂ ନରଣଘଡ ପଞ୍ଚାୟତର ୭ଟି ଗାଁ ପାଣି ଘେରରେ ରହିଛି । ହିରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଗ୍ରାମବାସୀଙ୍କ ଯାତାୟାତ ଲାଗି ପ୍ରଶାସନ ପକ୍ଷରୁ ଡଙ୍ଗା ପଡିଛି । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି ।

{"id":671648,"width":839,"height":461,"sizeSlug":"full","linkDestination":"none"}

ସୋମବାର ରାତିରେ ଲୋକେ ଶୋଇଥିବା ବେଳେ ଘରେ ପାଣି ପସି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ସ୍କୁଲ, ମନ୍ଦିରରେ ପାଣି ପସିଥିବା ବେଳେ ଘରେ ପାଣି ପସି ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓରମୀ ଗ୍ରାମବାସୀ ବାତ୍ୟା ଆଶ୍ରୟସ୍ଥଳୀରେ ଗୋରୁଗାଈ ଧରି ଆଶ୍ରୟ ନେଇଛନ୍ତି । ଘେରିବନ୍ଧ ଲାଗି ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.