ଘୋଡାହାଡ ନଦୀରେ ବୃଦ୍ଧି ପାଉଛି ଜଳସ୍ତର, ବନ୍ଧ ତିଆରି ପାଇଁ ଅନୁରୋଧ କଲେ ଗ୍ରାମବାସୀ

Published By : Prameya-News7 Bureau | October 15, 2020 IST

ସାନଖେମୁଣ୍ଡି, ୧୫ ।୧୦:  ଘୋଡାହାଡ଼ ନଦୀରେ ବର୍ଷା ଜଳ ସ୍ତର ବୃଦ୍ଧି ପାଇବାରୁ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି । ଏନେଇ ସେମାନେ ଚିକିଟି ଜଳ ସମ୍ପଦ ବିଭାଗ ନିର୍ବାହ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ସାନଖେମୁଣ୍ଡି ବ୍ଲକ ମୌଲାଭଜ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମବାସୀ  ଅଭିଯୋଗ କରିଛନ୍ତି ଯେ, ପ୍ରଖର ଗତିରେ ଜଳ ସ୍ରୋତ ଯୋଗୁଁ କୂଳ ହୁଡା ଭାଙ୍ଗି ଗାଁ ଭିତରକୁ ନଦୀ ପାଣି ପ୍ରବେଶ ଆଶଙ୍କା ରହିଛି । ବର୍ତ୍ତମାନ ନଦୀ ପାଣି କୁଳ ହୁଡା ଧୋଇ ହୋଇ ତୋଟା ମଧ୍ୟରେ ଥିବା ୧୦ରୁ ଉର୍ଦ୍ଧ୍ବ ଗଛକୁ ଭସାଇ ଦେଇଛି ।

{"id":344987,"sizeSlug":"large"}

ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଘୋଡାହାଡ଼ ନଦୀର ପ୍ରଖର ଜଳ ସ୍ରୋତ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । ନଦୀ ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଚାଷୀ ଲଗାଇ ଥିବା ପନିପରିବା ଏବଂ ଧାନ ଫସଲକୁ ରକ୍ଷା କରିବା ଜରୁରୀ ହୋଇ ପଡିଛି । ସେଥି ପାଇଁ କୂଳ ହୁଡା, ନଦୀ ବନ୍ଧ କିମ୍ବା ପଥର ସାମ୍ପଡ଼ା ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଯାହା ଦ୍ୱାରା ଫସଲ ହାନି ବା ଧନ ଜୀବନ ହାନୀ ରକ୍ଷା ପାଇବା ନେଇ ମତବ୍ୟକ୍ତ କରିଛନ୍ତି ଗ୍ରାମବାସୀ।ପ୍ରଶାସନ ଏ ନେଇ ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.