କାଶୀନଗର ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ
26/08/2018 at 10:03 PM

ଗଜପତି ୨୭/୮ : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଗଜପତିରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ । କାଶୀନଗର ନିକଟରେ ବିପଦ ସଙ୍କେତ ୫୪.୬୦ ମିଟର ଥିବାବେଳେ ବର୍ତ୍ତମାନ ନଦୀର ଜଳସ୍ତର ୫୪.୮୪ ମିଟର ରହିଛି ।