ନୀଳଗିରିରେ ସୋନ ନଦୀରେ ବନ୍ୟା ସ୍ଥିତି ; କରଞ୍ଜିଆ ଓ ବାଡ଼ିଆ ଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ୧୦ଟି ଗାଁର ଲୋକେ ଜଳବନ୍ଦୀ
13/10/2018 at 10:01 AM

ବାଲେଶ୍ବର ୧୩|୧୦: ବାଲେଶ୍ଵର ନୀଳଗିରିରେ ସୋନ ନଦୀରେ ବନ୍ୟା ସ୍ଥିତି । ନଦୀ ବନ୍ୟାଜଳ ପଶି ୨ଟି ଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ୧୦ଟି ଗାଁର ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ଗତକାଲି ଅପରାହ୍ନରେ ମୟୁରଭଂଜର କାଳ ଓ ସୋନେଇ ଡ୍ୟାମର ଗେଟ୍ ଖୋଲାଯାଇଥିବାରୁ ସୋନ ନଦୀରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ବନ୍ୟା ଯୋଗୁଁ କରଞ୍ଜିଆ-ବାଡ଼ିଆ ଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏହାସହ ସଂଶାପାଳ, ବେଗୁନିଆ, କୋଲହାପାଳ, ନଈଛନପୁର, ସିଙ୍ଗିରି, କାଠପାଳ, ଡୁମଗଣ୍ଡିରା ଆଦି ଗାଁରେ ବନ୍ୟାପାଣି ପଶିଛି । ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ପ୍ରଶାସନ ତରଫରୁ ତୀକ୍ଷ୍ଣ ନଜର ରଖାଯାଇଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023