ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ ; ବସ୍ତା ଓ ବାଲିଆପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | October 13, 2018 IST

ବାଲେଶ୍ବର ୧୩|୧୦: ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ଜଳକା ନଦୀରେ ବନ୍ୟା । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା । ବସ୍ତା ମଥାନିଠାରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି ଜଳକା । ଫଳରେ ଜଳେଶ୍ବର ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଜଳକା ନଦୀର ବିପଦ ସଂକେତ ୫.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ଏହା ୬.୫୦ ମିଟରରେ ପ୍ରବାହିତ ହେଉଛି । ଫଳରେ ବସ୍ତା ବ୍ଲକର ମଥାନି,ବାହାର୍ଦ୍ଦ।, ଦଦହଂସା, ଗଡପଦା, ରାଉତପଡା, ବରୁଣଗଡିଆ, ଚକୁରାଇ, ଦରଡା ଏବଂ ସଦର ବ୍ଲକର ଶ୍ରୀରାମପୁର, ରସଲପୁର ପ୍ରଭୃତି ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ଫଳରେ ବସ୍ତା-ବାଲିଆପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ରାସ୍ତା ଉପରେ ୨ରୁ ୩ଫୁଟ ପାଣି ପ୍ରବାହିତ ହେଉଛି। ସମୁଦ୍ର ଅଶାନ୍ତ  ଓ ଜୁଆରିଆ ଥିବାରୁ ବନ୍ୟାପାଣି ନିଷ୍କାସନ ହୋଇପାରୁ ନଥିବାରୁ ତଳିଆ ଅଞ୍ଚଳରେ ପାଣି ପଶୁଛି।  ଜଳକାରେ ବନ୍ୟା ଯୋଗୁଁ ଚାଷ ସବୁ ଉଜୁଡି ଯାଇଛି । ଅନ୍ୟପଟେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ସମେତ ଅନ୍ୟ ସମସ୍ତ ଛୋଟ ଛୋଟ ନଦୀ ଜଳସ୍ତର ବଢିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.