ଉତ୍ତର ଓଡିଶାରେ ଲଗାଣ ବର୍ଷା : ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର

Published By : Prameya-News7 Bureau | August 19, 2019 IST

ଜଳେଶ୍ବର ୧୯|୮: ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । ପ୍ରାୟ ସମସ୍ତ ନଦୀ ଗୁଡ଼ିକର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ମଥାନିଠାରେ ଜଳକା ନଦୀର  ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଏବେ ୬.୪୦ ମିଟର ଉଚ୍ଚରେ  ପ୍ରବାହିତ ହେଉଛି ।

{"id":146020}

ନଦୀର ଉପର ମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଯଦି ବର୍ଷା ଲାଗିରହେ, ତେବେ ନଦୀର ଜଳସ୍ତର ବଢ଼ିବା ସହ ବସ୍ତା ଓ ସଦର ବ୍ଲକ୍  ଅଧୀନ ୧୦ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସୁଥିବା ଯୋଗୁ ନଦୀକୂଳବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.