ବିପଦ ସଙ୍କେତ ଟପିଲା ବୁଢାବଳଙ୍ଗ ନଦୀ ; ପାଣିଘେରରେ ୫ଟି ପଞ୍ଚାୟତର ୧୦୦ଗାଁ
13/10/2018 at 9:51 AM

ବାଲେଶ୍ବର ୧୩|୧୦: ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ବର୍ତ୍ତମାନ ୮.୨୨ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ବନ୍ୟା ସ୍ଥିତି ଦେଖାଦେଇଛି । ଫଳରେ ୫ଟି ପଞ୍ଚାୟତର ପ୍ରାୟ ଶହେଟି ଗାଁ ଜଳମଗ୍ନ ହୋଇଛି । ଜଳବନ୍ଦୀ ହୋଇ ରହିଛନ୍ତି ଗ୍ରାମବାସୀ । ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023