ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର, ବନ୍ୟା ପରିସ୍ଥିତି ଦେଖାଦେବା ଆଶଙ୍କା

Published By : Prameya-News7 Bureau | August 13, 2022 IST

ଭଦ୍ରକ ୧୩।୮: ଲଗାଣ ବର୍ଷା ଛାଡିଛି । ହେଲେ ଏବେବି ବୈତରଣୀ ଓ ସାଳନ୍ଦୀ ନଦୀ ଫୁଲିବାରେ ଲାଗିଛି । ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ୧୭.୬୭ ମିଟରରେ ପ୍ରବାହିତ ହେଉଛି ।

ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ନଦୀର ଜଳସ୍ତର ବଢିଛି । ସମସ୍ତ ନାଳ, ଖାଲ ପୋଖରୀ, ଗାଢିଆ ଓ ଚାଷ ଜମିରେ ଏବେ ପାଣି । ଯଦି ଆଜିଠାରୁ ଆରମ୍ଭ ହେଉଥିବା ଲଘୁଚାପର ପ୍ରଭାବ ରୁହେ, ବର୍ଷାର ମାତ୍ରା ବଢେ ତେବେ ନିଶ୍ଚିତ ବନ୍ୟା ପରିସ୍ଥିତି ଦେଖାଦେବ । ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍ ମଧ୍ୟରୁ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବ । ସେହିପରି ଭଦ୍ରକ ବ୍ଲକ୍ ଓ ବନ୍ତ ବ୍ଲକର ମଧ୍ୟ ଏହାର ଆଂଶିକ ପ୍ରଭାବ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.