scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଢୁଛି ଜଳସ୍ତର, ଆଜି ଛଡାଯିବ ରେଙ୍ଗାଳି ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

22/08/2020 at 2:55 PM

ଅନୁଗୁଳ ୨୨।୦୮: ରେଙ୍ଗାଳି ଡ୍ୟାମ୍‌ରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଲଗାତର କିଛି ଦିନ ହେଲା ବର୍ଷା ଲାଗିରହିଛି । ଯାହାଫଳରେ କି ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଡ୍ୟାମ୍‌ରୁ ଛଡାଯିବା ନେଇ ସୂଚନା ଦେଇଛନ୍ତି ଡ୍ୟାମ୍‌ର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ।  

ରେଙ୍ଗାଳି ଡ୍ୟାମ୍‌ରେ ବର୍ତ୍ତମାନ ଜଳସ୍ତର ୧୨୧.୩୯ମିଟର ରହିଛି । ଡ୍ୟାମ୍‌ର ଜଳଧାରଣ ସ୍ତର ୧୨୩.୫୦ମିଟର ରହିଥିବା ବେଳେ ସର୍ବୋଚ୍ଚ ଜଳଧାରଣ ସ୍ତର ୧୨୫.୪୦ ମିଟର ପର୍ଯ୍ୟନ୍ତ ରହିଛି । ତେବେ ଏସବୁ ଭିତରରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩୪୧୨ଘନ ମିଟର ଜଳ ପ୍ରବେଶ କରୁଛି । ସେହିପରି ପାଓ୍ୱାର ହାଉସ ଦ୍ୱାରା ପ୍ରତି ସେକେଣ୍ଡକୁ ୬୭୭ଘନ ମିଟର ଜଳ ନିଷ୍କାସିତ ହେଉଛି । ତେବେ ଲଗାଣ ବର୍ଷା ଲାଗିରହିଥିବାରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାରର ଜଳସ୍ତର କ୍ଷମତାକୁ ରେଖି ଆଜି ରାତି ୯ଟା ସମୟରେ ପ୍ରଥମ ବନ୍ୟାଜଳ ଛଡାଯିବ । ରେଙ୍ଗାଳି ଡ୍ୟାମ୍‌ର ୭ନମ୍ବର ଗେଟ୍‌ ଖୋଲାଯିବ । ଗେଟ୍‌ ଖୋଲିବା ଦ୍ୱାରା ଅତିରିକ୍ତ ୧୨୫୦ଘନ ମିଟର ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେବ । ତେଣୁ ତଳ ମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ସତର୍କ ରହିବାକୁ ନିବେଦନ କରିଛନ୍ତି ଡ୍ୟାମ୍‌ର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ।

   Related Posts