ମୁଣ୍ଡଳୀ ନିକଟରେ ମହାନଦୀରେ କମୁଛି ଜଳସ୍ତର, ନରାଜରେ ଜଳ ପ୍ରବାହ ଅପରିବର୍ତ୍ତିତ
18/08/2022 at 7:12 PM

କଟକ ୧୮।୦୮: ମୁଣ୍ଡଳୀ ନିକଟରେ ମହାନଦୀରେ କମୁଛି ଜଳସ୍ତର। କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ସନ୍ଧ୍ୟା ୬ଟା ସୁଦ୍ଧା ଦଶ ଲକ୍ଷ ଦୁଇ ହଜାର ଆଠ ଶହ ତେଇଶି ଘନ ଫୁଟ ଜଳ ପ୍ରବାହିତ ହେଉଛି । ସେହି ଭଳି ମୁଣ୍ଡଳୀର ଉପର ମୁଣ୍ଡରେ ଜଳ ସ୍ତର ୯୫.୨୦ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୨.୯୦ ଫୁଟ ରହିଛି । ମୁଣ୍ଡଳୀ ଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦ ଫୁଟ ।
ଅନ୍ୟପଟେ ନରାଜରେ ଜଳ ପ୍ରବାହ ଅପରିବର୍ତ୍ତିତ ରହିଛି । ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି ପାଞ୍ଚ ଲକ୍ଷ ଏକ ହଜାର ତିନିଶ ଏକ ଚାଳିଶ ଘନଫୁଟ ବନ୍ୟା ଜଳ । ଉପର ମୁଣ୍ଡର ଜଳ ସ୍ତର ୨୬.୦୦ ମିଟର ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୨୪.୭୫ ମିଟର ରହିଛି।
Related Posts
ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ
30 January 2023
ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍
30 January 2023