ସର୍ବୋଚ୍ଚ ବନ୍ୟା ଅତିକ୍ରମ କରିବା ପରେ ଜଳସ୍ତର କମିଛି, ୫୦ଟି ଘଳିଆ ଓ ୫ଟି ଘାଇ ମରାମତି ହୋଇଛି : ସର୍ବୋଚ୍ଚ ଯନ୍ତ୍ରୀ
17/08/2022 at 1:22 PM

ଭୁବନେଶ୍ବର ୧୭।୮: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସେ କହିଛନ୍ତି, ଜଳସ୍ତର କମିଛି । ହୀରାକୁଦକୁ ଜଳ ପ୍ରବାହ କମିଛି । ହୀରାକୁଦରୁ ଛଡା ଯାଇଥିବା ପାଣି ଖଇରମାଳିରେ ପହଞ୍ଚିଛି । ଏହା ଗୁରୁବାର ସକାଳେ ମୁଣ୍ଡଳୀରେ ପହଞ୍ଚିବ ।
ହୀରାକୁଦ ଡ୍ୟାମ୍ରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡଳୀ ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ୍ ହେବ । ସର୍ବୋଚ୍ଚ ବନ୍ୟା ଅତିକ୍ରମ କରିବା ପରେ ପାଣି କମିଛି । ମୁଣ୍ଡଳୀରେ ବି ବନ୍ୟାଜଳ କମିଛି । ବନ୍ୟାର ସ୍ଥିତି ତିନି ଦିନ ଲାଗି ରହିବ । ୫୦ଟି ଘଳିଆ ମରାମତି କରାଯାଇଛି । ୫ଟି ଘାଇ ହେଇଛି ବୋଲି ବିଜୟ ମିଶ୍ର କହିଛନ୍ତି ।
Related Posts
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023