ପାଣିକୁ ଡେଇଁ ଯୁବକ-ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ : ମିଳୁନି ପତ୍ତା, ଗଛରେ ଝୁଲୁଛି ହାତଲେଖା ଚିଠି

Published By : Prameya-News7 Bureau | September 26, 2021 IST

ନୂଆପଡା, ୨୬।୦୯ : ପାଣିକୁ ଡେଇଁଲେ ପ୍ରେମୀଯୁଗଳ । ନୂଆପଡା  ଗୋଧସ୍ ଜଳପ୍ରପାତ ଉପରୁ ଡେଇଁ ଦୁଇ ଯୁବକ ଯୁବତୀ ନିଖୋଜ ହୋଇଯାଇଛନ୍ତି । ସେମାନେ ପ୍ରେମିକ-ପ୍ରେମିକା ହୋଇଥିଲା ଆଲୋଚନା ହେଉଛି ।

ସୂଚନାନୁସାରେ, ରବିବାର ସକାଳେ ପ୍ରେମୀଯୁଗଳ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣା ସ୍ଥଳରେ ଧରମବନ୍ଧା ପୋଲିସ ଓ ନୂଆପଡା ଅଗ୍ନିଶମ ବିଭାଗ ପହଁଚି ଖୋଜାଖୋଜି କରୁଛନ୍ତି । ତେବେ ଉଭୟଙ୍କର କୌଣସି ପତ୍ତା ମିଳିପାରି ନାହିଁ ।

ତେବେ ଜଳପ୍ରପାତ ଉପରେ ଗୋଟିଏ ଗଛରେ ଏକ ରଶିରେ ଯୁବକଙ୍କ ଡ୍ରେସ,ରୁମାଲ,ଟର୍ଚ୍ଚ ଲାଇଟ ସହ ଏକ ଜରି ପୁଡିଆ ଓ ହାତଲେଖା କିଛି କାଗଜ ରହିଛି । ପ୍ରେମୀଯୁଗଳ ପଡୋଶୀ ଛତିଶଗଡ଼ ଗରିଆବନ୍ଧ ଅଞ୍ଚଳର ବୋଲି ଅନୁମାନ କରା ଯାଉଛି ।

{"id":517834,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ନୂଆପଡା ବିଦେଶୀ ମଦ ଦୋକାନର ମ୍ୟାନେଜର ସମେତ ତିନି କର୍ମଚାରୀ ଗଣେଷ ବିସର୍ଜନ କରିବାକୁ ଯାଇ ପାଣିରେ ବୁଡି ମ୍ରୁତ୍ୟୁବରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.