ନୂଆଦିଲ୍ଲୀ ୨୯।୦୨: ଭାରତରେ ପାଣି ଅତି ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତି କି ଏପରି କିଛି ଦେଶ ଅଛି ଯେଉଁଠାରେ ଲୋକଙ୍କୁ ପାଣି ପାଇଁ ଏତେ ଟଙ୍କା ଦେବାକୁ ପଡିଥାଏ ଯାହା ଆମ ଦେଶରେ ପେଟ୍ରୋଲ ସହିତ ସମାନ ।
{"id":915328,"width":841,"height":1261,"sizeSlug":"large","linkDestination":"none"}ଦୁନିଆରେ ସବୁଠାରୁ ମହଙ୍ଗା ପାଣି କୋଷ୍ଟାରିକାରେ ମିଳିଥାଏ । ଯେଉଁଠାରେ ଗୋଟିଏ ବୋତଲ ପାଣିର ମୂଲ୍ୟ ୧୭୫ ଟଙ୍କା । ନରୱେରେ ମଧ୍ୟ ପାଣିର ବହୁତ ମୂଲ୍ୟବାନ । ଏଠାରେ ଗୋଟିଏ ବୋତଲ ପାଣି ୧୭୩ ଟଙ୍କାରେ ମିଳିଥାଏ । ବିଶ୍ବ ମହାଶକ୍ତି ଆମେରିକାରେ ମଧ୍ୟ ସହଜରେ ମିଳେନି ପାଣି । ଏଠାରେ ଗୋଟିଏ ବୋତଲ ପାଣିର ଦାମ୍ ୧୫୬ ଟଙ୍କା ।
{"id":915330,"width":839,"height":599,"sizeSlug":"full","linkDestination":"none"}ସେହିପରି ଅଷ୍ଟ୍ରେଲିଆରେ ୧୩୯ ଟଙ୍କାରେ ଗୋଟିଏ ବୋତଲ ପାଣି ମିଳିଥାଏ । କାନାଡାରେ ମଧ୍ୟ ପାଣି ସମସ୍ୟା ସମାନ । କାନାଡାରେ ଗୋଟିଏ ବୋତଲ ପାଣି କିଣିବାକୁ ହେଲେ ଦେବାକୁ ପଡିଥାଏ ୧୩୮ ଟଙ୍କା । ଫିନଲ୍ୟାଣ୍ଡ କଥା କହିବାକୁ ଗଲେ ସେଠାରେ ଗୋଟିଏ ବୋତଲ ପାଣି ୧୩୭ ଟଙ୍କା ଏବଂ ଆୟରଲ୍ୟାଣ୍ଡରେ ପାଣି ବୋତଲର ଦାମ୍ ହେଉଛି ୧୩୫ ଟଙ୍କା ।
{"id":915331,"width":839,"height":472,"sizeSlug":"full","linkDestination":"none"}ପୁଏର୍ତୋ ରିକୋ ବିଷୟରେ କହିବାକୁ ଗଲେ ଏଠାରେ ୧.୫ ଲିଟର ପାଣି ପାଇଁ ଦେବାକୁ ପଡିଥାଏ ୧୩୨ଟଙ୍କା । ଏହାବ୍ୟତୀତ ସିଙ୍ଗାପୁରରେ ମଧ୍ୟ ପାଣି ଶସ୍ତା ନୁହେଁ । ଏଠାରେ ଗୋଟିଏ ବୋତଲ ପାଣିର ଦାମ୍ ହେଉଛି ୧୩୦ ଟଙ୍କା । ସବୁଠାରୁ ମହଙ୍ଗା ପାଣି ମିଳୁଥିବା ଦେଶ ଲିଷ୍ଟର ୧୦ମ ସ୍ଥାନରେ ରହିଛି ହଂକଂ । ଏଠାରେ ଗୋଟିଏ ପାଣି ବୋତଲ ପାଇଁ ଦେବାକୁ ପଡିବ ୧୨୯ ଟଙ୍କା ।
You Can Read:
wp:embed {"url":"https://www.prameyanews7.com/man-gets-qr-code-tattoo-on-forehead-video-viral/","type":"wp-embed","providerNameSlug":"prameya-news-7"} /wp:embed