scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ମାଆ ପାଟଣେଶ୍ୱରୀଙ୍କ ଗମ୍ଭୀରାରେ ପଶିଲା ପାଣି, ଛାତରୁ ଗଳୁଛି ପାଣି

2/08/2023 at 10:47 AM

ବଲାଙ୍ଗୀର ୦୨/୦୮: ସାରା ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ପ୍ରବଳ ବର୍ଷାରେ ବେହାଲ ଜନଜୀବନ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି । ଅନେକ ସ୍ଥାନରେ ବନ୍ୟା ଆଶଙ୍କା । ବିପଦ ସଂକେତ ଉପରେ ବିଭିନ୍ନ ନଦୀର ଜଳସ୍ତର ।

ରାସ୍ତାଘାଟ ଏକାକାର । ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏପରି ସ୍ଥିତିରେ ଆଲର୍ଟରେ ରାଜ୍ୟ ସରକାର । ବର୍ଷାକୁ ଦେଖି ୧୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ସେହିଭଳି ବଲାଙ୍ଗୀରରେ ବି ସ୍ଥିତି ଅସମ୍ଭାଳ । ସ୍କୁଲ୍ କଲେଜ ସିନା ବନ୍ଦ ହୋଇଛି କିନ୍ତୁ ମନ୍ଦିରରେ ବି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।

ବଲାଙ୍ଗୀର ଅଧିଷ୍ଠାତ୍ରି ଦେବୀ ମା ପାଟଣେଶ୍ୱରୀଙ୍କ ଗମ୍ଭୀରାରେ ପଶିଛି ପାଣି । ଲଗାଣ ବର୍ଷା ଯୋଗୁଁ ମନ୍ଦିର ଗମ୍ଭୀରା ସହ ମଣ୍ଡପରେ ବି ପାଣି ପଶିଛି । ଡ୍ରେନେଜ୍ ବ୍ୟବସ୍ଥା ସହ ପୁରୁଣା ମନ୍ଦିର ଯୋଗୁଁ ବାହାରୁ ପାଣି ପଶୁଥିବା ଜଣାପଡିଛି । ଖାଲି ସେତିକି ନୁହେଁ ଛାତରୁ ବି ପାଣି ଗଳୁଛି ।

   Related Posts