ଭୁବନେଶ୍ୱର ୧୦।୦୮ : ବଢିଲା ପାଣିର ସୁଅ, ଦବିଲା ଦୟା ନଦୀ ବନ୍ଧ । ଭୟରେ ନଦୀକୂଳରେ ବାସ କରୁଥିବା ଲୋକେ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ନୂଆହାଟରେ ଦବିଛି ଦୟା ନଦୀ ବନ୍ଧ ।
ଖବର ଅନୁଯାୟୀ, ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲା । ଯାହାଫଳରେ ଉପରମୁଣ୍ଡରେ ପାଣି ବଢିବା ସହ ନଦୀରେ ଜଳସ୍ତର ମଧ୍ୟ ବଢିଥିଲା । ଏପିରିକି ସମସ୍ତ ନଦୀରେ ମଧ୍ୟ ଆବଶ୍ୟକ ଠାରୁ ଅଧିକ ଜଳସ୍ତର ବଢିଥିଲା । ଏହିକ୍ରମରେ ଶନିବାର ଦିନ ସକାଳୁ ସକାଳୁ ଡେଲାଙ୍ଗ ବ୍ଲକ ନୂଆହାଟ ଗାଁରେ ଦୟା ନଦୀ ବନ୍ଧ ୨ ଶହ ଫୁଟ୍ ଦବିଥିବାର ଦେଖିବାକୁ ମିଳିଛି । ଯାହାପରେ ଆକ୍ସନକୁ ଆସିଛି ପ୍ରଶାସନ । ଦବି ଥିବା ନଦୀ ବନ୍ଧରେ ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଯାଇଛି । ନଦୀ ବନ୍ଧ ଦବିବା ପରେ ନୂଆହାଟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହୋଇଛି ।
ଅନ୍ୟପଟେ ଯଦି ଘାଇ ସୃଷ୍ଟି ହୁଏ । ତେବେ ପ୍ରଥମେ ନୂଆହାଟରେ ବନ୍ୟା ପାଣି ପଶିବ ବୋଲି ଆଶଙ୍କ ମଧ୍ୟ ରହିଛି । ତାପରେ ଡେଲାଙ୍ଗ, କଣାସ, ସତ୍ୟବାଦୀ, ବ୍ରହ୍ମଗିରିବାସୀ ପାଇଁ ବିପଦ ବି ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁଲୋକେ ନଦୀ ବନ୍ଧ ଜଗିରହିଛନ୍ତି ।