ଢେଙ୍କାନାଳ: ଉଛୁଳିଲା ଡଉଁରୀ ନାଳ, ଅନେକ ଅଞ୍ଚଳ ଜଳମଗ୍ନ

Published By : Prameya-News7 Bureau | August 16, 2020 IST

କାମାକ୍ଷାନଗର ୧୬/୮: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାର ଭୁବନ ଓ ଗଣ୍ଡିଆନ ବ୍ଲକର କେତକ ଅଂଚଳ ଜଳମଗ୍ନ ହୋଇଯାଇଛି । ଗଁନ୍ଦିଆର ଡଉଁରୀ ନାଳରୁ ବନ୍ୟା ଜଳ ମାଡି କରମୂଳ ପଂଚାୟତ ଜଳମଗ୍ନ ହୋଇଯାଇଛି । ଫଳରେ କରମୂଳର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ  ଦୌଡେଶ୍ବର ମହାଦେବ ମଧ୍ୟ ବନ୍ୟା ଜଳରେ ବୁଡି ରହିଥିବା ଦେଖାଯାଇଛି । ଫଳରେ ଏହି ପୀଠରେ ମହାଦେଵନ୍କ ନୀତିକାନ୍ତି ବନ୍ଦ ହୋଇଯାଇଛି । ଅପରପକ୍ଷରେ ଏହି ବନ୍ୟାଜଳରେ କରମୂଳ,ବାଇସିଂହା ଓ ରାଇତୈଲା ପଂଚାୟତର କରମୂଳ, କଙ୍କା, ବଲଭ, ଖଙ୍କର, ମକୁନ୍ଦପୁର, ଆମ୍ବବାହାଳି,ଗୋରଡାପାଳ ଓ ଭାଲିଆପାଟ ଆଦି ଗ୍ରାମର ଶହ ଶହ ଏକର ଚାଷଜମି ବନ୍ୟାଜଳରେ ବୁଡି ରହିଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାରେ ପଡିଯାଇଛନ୍ତି । ବ୍ରାହ୍ମଣୀ ନଦୀ ଫୁଲୁଥିବାରୁ ଏହି ଡ଼ଉଁରୀ ନାଳର ପାଣି ନଦୀକୁ ଯାଇ ନପାରି ବନ୍ୟା ସୃଷ୍ଟି ହୋଇଥିବାରୁ ଆଜି ଅପରାହ୍ନରୁ ଏପରିସ୍ଥିତି ସୃଷ୍ଟି କରିଛି । ତେବେ ଆଜି ବର୍ଷା ନହୋଇଥିଲେ ମଧ୍ୟ ରାତିରେ ବର୍ଷ ହେଲେ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.