ନନ୍ଦନକାନନରେ ନୂଆ ଅତିଥୀ : ଜନ୍ମନେଲା ଜଳହସ୍ତୀ ଶାବକ, ବୃଦ୍ଧିପାଇଲା ସଂଖ୍ୟା

Published By : Prameya-News7 Bureau | August 22, 2021 IST

ବାରଙ୍ଗ ୨୨/୦୮: ନନ୍ଦନକାନନ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୁଆଡ ନଂ ୬୩ରେ ରହୁଥିବା ମାଇ ଜଳହସ୍ତୀ ଶନିବାର ଏକ ଶାବକ ଜନ୍ମ ଦେଇଛି । ଯାହା ଫଳରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪ ପୁରୁଷ ୬ ଟି ମାଈ ଏବଂ ଗୋଟିଏ ନବଜାତକ ଶାବକ ରହିଛି । ନନ୍ଦନକାନନ କାଞ୍ଜିଆ ହ୍ରଦକୁ ଲାଗି ରହିଥିବା ଜଳ ହସ୍ତି ପୁଷ୍କରଣୀରେ, ଜଳହସ୍ତୀଙ୍କ ବଂଶ ଆଶା ଜନକ ଭାବେ ବୃଦ୍ଧି ପାଉଛି ।

ଯାହା ଫଳରେ ଗତ କିଛି ବର୍ଷ ହେଲା ଏଠାରୁ କ୍ରମାଗତ ଭାବେ ଜଳ ହସ୍ତି ଅନ୍ୟତ୍ର ଦିଆ ଯାଇ ବିଭିନ୍ନ ଜୀବଜନ୍ତୁ ଅଣାଯାଇଛି । ଗତ ୨୦୧୪ ମସିହାରେ ପାଟନା ଚିଡିଆଖାନା ୨ଟି , ୨୦୧୮ମସିହାରେ ରାୟପୁର ଚିଡିଆଖାନା ୨ଟି, ଏହାପରେ ଗତ ୨୦୧୯ ମସିହାରେ ଇନ୍ଦୋର ଚିଡିଆଖାନାକୁ ୨ଟି ଲେଖାଏଁ ଜଳହସ୍ତୀ ଦିଆଯାଇ ସେଠାରୁ ବିଭିନ୍ନ ଜୀବଜନ୍ତୁ, ନନ୍ଦନକାନନ ଅଣାଯାଇ ପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.