ପାଣିକୁ ନେଇ ବୋହିଲା ରକ୍ତ, ୨ ଗାଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ
11/03/2023 at 2:16 PM

ଉମରକୋଟ ୧୧।୦୩ : ପାଣିକୁ ନେଇ ବୋହିଲା ରକ୍ତ। ପାଣିକୁ ନେଇ ୨ ଗାଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ୩୦ ଆହତ, ୬ ଜଣ ମେଡିକାଲରେ ଭର୍ତ୍ତି । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗ୍ରାମ୍ୟ ଜଙ୍ଗଲକୁ ନେଇ ନବରଙ୍ଗପୁର ରାଇଘର ବ୍ଲକର ମାରିଗାଁ ଓ ଟିକିରାପାରା ମଧ୍ୟରେ କିଛି ବର୍ଷ ଧରି ବିବାଦ ଲାଗିଥିଲା । ଗତ ୪ ତାରିଖ ଦିନ ଦୁଇ ଗାଁର ଲୋକେ ମୁହାଁମୁହିଁ ହୋଇଥିଲେ । ବନ ବିଭାଗ ଉଭୟ ଗାଁ ଲୋକଙ୍କୁ ବୁଝାସୁଝା କରି ଫେରି ଆସିଥିଲେ ମଧ୍ୟ ଚାପା ଉତ୍ତେଜନା ରହିଥିଲା ।

ଗତ ଦୁଇ ଦିନ ଧରି ପିଇବା ପାଣିକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି l ଉଭୟ ଗାଁରୁ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୬ଜଣ ଗୁରୁତର ହୋଇ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଉଭୟ ଗ୍ରାମବାସୀ ଥାନାରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି କୁନ୍ଦେଇ ପୋଲିସ l