ସ୍ମିଥ୍‌ଙ୍କ କ୍ୟାଚ୍ ଛାଡିଲେ ବେନ୍ ଷ୍ଟୋକ୍ସ, କ୍ରିକେଟ୍ ପ୍ରେମୀଙ୍କୁ ମନେ ପଡ଼ିଲା ହର୍ଷଲ ଗିବ୍ସଙ୍କ ଭୁଲ

Published By : Prameya-News7 Bureau | July 31, 2023 IST

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଆସେସ ୨୦୨୩ ସିରିଜର ଶେଷ ମୁକିବାଲ ଓଭାଲରେ ଖେଳାଯାଉଛି । ମୁକାବିଲାର ଶେଷ ଦିନର ଲଞ୍ଚ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍ ମ୍ୟାଚରେ ମଜଭୁତ ସ୍ଥିତିରେ ରହିଛି । ୩୮୪ର ଲକ୍ଷ୍ୟ ହାସଲ ପାଇଁ ପିଛା କରୁଥିବା ଅଷ୍ଟ୍ରେଲିଆ ଖବର ଲେଖାଯିବା ସୁଦ୍ଧା ତିନି ୱିକେଟ୍ ହରାଇ ୨୩୮ରୁ ଅଧିକ ରନ କରିଛି । କ୍ରିଜରେ ଷ୍ଟିଭ ସ୍ମିଥ୍ ଏବଂ ଟ୍ରେଭିସ ହେଡଙ୍କ ଯୋଡ଼ି ଅର୍ଦ୍ଧଶତକୀୟ ସହଯୋଗୀତା ସହ ଅଛନ୍ତି । ତେବେ ମଧ୍ୟହ୍ଣ ଭୋଜନ ପୂର୍ବରୁ ଇଂଲଣ୍ଡ ପାଖରେ ଏହି ଯୋଡିକୁ ଭାଙ୍ଗିବାର ଏକ ସୁଯୋଗ ଥିଲା । କିନ୍ତୁ କ୍ୟାପ୍ଟେନ ବେନ ଷ୍ଟୋକ୍ସଙ୍କ ଭୁଲ ଯୋଗୁଁ ଆୟୋଜକ ଟିମ ଏକ ସୁଯୋଗକୁ ହରାଇଥିଲା । ଷ୍ଟୋକ୍ସଙ୍କ ଏହି ଭୁଲକୁ ଦେଖି କ୍ରିକେଟ୍ ପ୍ରେମୀଙ୍କୁ ୧୯୯୯ ୱାର୍ଲଡ କପରେ ହର୍ଷଲ ଗିବ୍ସଙ୍କ କ୍ୟାଚ୍ ମନେ ପଡ଼ିଛି ।

ପଢନ୍ତୁ: ଆୟରଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା, ଯଶପ୍ରିତ୍ ବୁମରା ଅଧିନାୟକ

ବେନ ଷ୍ଟୋକ୍ସଙ୍କ ହାତରୁ ଏହି କ୍ୟାଚ୍ ଲଞ୍ଚ ପୂର୍ବରୁ ମୋଇନ ଅଲିଙ୍କ ୬୬ତମ ଓଭରରେ ଖସିଥିଲା । ଓଭର ପ୍ରଥମ ବଲରେ ଷ୍ଟିଭ ସ୍ମିଥ୍ ଡିଫେନ୍ସ କରିବାକୁ ଚାହିଁଥିଲେ, କିନ୍ତୁ ଅଧିକ ବାଉନ୍ସର ଯୋଗୁଁ ବଲ ତାଙ୍କ ଗ୍ଲୋବ୍ସରେ ବାଜି ଷ୍ଟୋକ୍ସଙ୍କ ହାତକୁ ଯାଇଥିଲା । ଇଂଲଣ୍ଡର ଅଧିନାୟକ ଡେଇଁକି ବଲକୁ ଧରିଥିଲେ, କିନ୍ତୁ ସେ ଭୂମିକୁ ଓହ୍ଲାଇବା ବେଳେ ତାଙ୍କ ହାତରୁ ଖସିଯାଇଥିଲା । କିନ୍ତୁ ଷ୍ଟୋକ୍ସ କ୍ୟାଚ୍ ଧରିବା ପରେ ସେଲିବ୍ରେସନ କରୁଛନ୍ତି ବୋଲି ସମସ୍ତେ ଅନୁଭବ କଲେ । କିନ୍ତୁ ପରେ ଜଣାପଡ଼ିଲା ଯେ କ୍ୟାଚ୍ ଧରି ଲ୍ୟାଣ୍ଡ କରିବା ବେଳେ ତାଙ୍କ ହାତ ଆଣ୍ଠୁରେ ବାଜିଥିଲା ଏବଂ ହାତରୁ ବଲ ଖସିଯାଇଥିଲା । ଷ୍ଟୋକ୍ସ ଏହି କ୍ୟାଚ୍ ପାଇଁ ଅପିଲ୍ କଲେ ନାହିଁ, କିନ୍ତୁ ଖେଳାଳିଙ୍କ କହିବା ପରେ ସେ ରିଭ୍ୟୁ ନେଇଥିଲେ ।

wp:html /wp:html

ବଲ ଷ୍ଟିଭ ସ୍ମିଥଙ୍କ ଗ୍ଲୋବ୍ସକୁ ଛୁଇଁଥିବା ଥର୍ଡ ଅମ୍ପାୟର ରିପ୍ଲେରେ ଦେଖିବାକୁ ପାଇଥିଲେ, କିନ୍ତୁ ଷ୍ଟୋକ୍ସ କ୍ୟାଚରୁ ପୂରା କରିପାରି ନଥିଲେ । ପରେ ଥର୍ଡ ଅମ୍ପାୟର ଅଷ୍ଟ୍ରେଲିୟା ବ୍ୟାଟରକୁ ନଟ୍ ଆଉଟ୍ ଘୋଷଣା କରିଥିଲେ । ୧୯୯୯ ୱାର୍ଲଡ କପର ସୁପର 6ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସାଉଥ୍ ଆଫ୍ରିକାର ହର୍ଷଲ ଗିବ୍ସ ଏହିପରି ଭୁଲ କରିଥିଲେ । ଏବଂ ଟିମକୁ ପରାଜୟ ଦେଖିବାକୁ ମିଳିଥିଲା ।

Also Read: କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିଲା ଅଷ୍ଟ୍ରେଲିଆ…ଇଂଲଣ୍ଡର ଷ୍ଟୁଅର୍ଟ ବ୍ରଡଙ୍କୁ ଦେଲା ଗାର୍ଡ ଅଫ୍ ଅନର, ଦେଖନ୍ତୁ ଭିଡିଓ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.