ଥାନା ସାମ୍ନାରେ ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ପିଟିଲେ ସପା ବିଧାୟକ

Published By : Prameya-News7 Bureau | May 10, 2023 IST

ଅମେଠୀ: ସମାଜବାଦୀ ପାର୍ଟି ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି। ଥାନା ସାମ୍ନାରେ ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ନିର୍ଦ୍ଧୁମ ପିଟିଲେ। ପୁଲିସ ସାମ୍ନାରେ ମୁଥା ଚାପୁଡ଼ା ମାରି ଚାଲିଲେ। ମାର୍‌ପିଟ୍‌ ରୋକିବାକୁ ପୁଲିସକୁ କଡ଼ା ପରିଶ୍ରମ କରିବାକୁ ପଡ଼ିଥିଲା। ଉତ୍ତର ପ୍ରଦେଶ ଅମେଠୀ ଜିଲ୍ଲା ଗୌରିଗଞ୍ଜ କୋତୱଲି ଥାନାରେ ସମ୍ମୁଖରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।

ସପା ନେତା ରାକେଶ ପ୍ରତାପ ସିଂହ ବିଜେପି ନେତ୍ରୀଙ୍କୁ ସ୍ୱାମୀ ଦୀପକ ସିହଂଙ୍କୁ ମାଡ଼ ମାରିଥିଲେ। ପୂରା ଘଟଣାର ଭିଡିଓ ରେକର୍ଡିଂ କରିଥିଲେ ପ୍ରତ୍ୟକ୍ଷଦର୍ଶୀ। ରାକେଶ ଓ ତାଙ୍କ ସମର୍ଥକମାନେ ଏକାଧିକ ପୁଲିସ କର୍ମୀଙ୍କ ସମ୍ମୁଖରେ ଦୀପକଙ୍କୁ ପିଟିଥିଲେ। ଘଟଣାକୁ ନେଇ ରାକେଶ କହିଛନ୍ତି ଯେ ସେ ଥାନାରେ ଧାରଣା ଦେଉଥିବା ବେଳେ ଦୀପକ ସିଂହ ଆସି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏଥିରେ ସେ ରାଗିଯାଇ ତାଙ୍କୁ ମାଡ଼ ମାରିଥିଲେ ବୋଲି ରାକେଶ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଦୀପକ ଓ ତାଙ୍କ ସମର୍ଥକମାନେ ରାକେଶଙ୍କ ସମର୍ଥକଙ୍କୁ ମାଡ଼ ମାରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସେ ଧାରଣା ଦେଇଥିଲେ। ଆନ୍ଦୋଳନ କରୁଥିବା ବେଳେ ଦୀପକ ସିଂହ ଆସି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏନେଇ ପୁଲିସ କହିଛି ଯେ ଏହି ଘଟଣାକୁ ସହଜର ନିଆଯିବ ନାହିଁ । ଉଭୟ ପକ୍ଷର ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.