ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପୋଲାଣ୍ଡ ଫୁଟବଲ ଟିମକୁ ଏସ୍କର୍ଟ କରି ନେଲା ଏଫ-୧୬ ଯୁଦ୍ଧ ବିମାନ, ଜାଣନ୍ତୁ କାହିଁକି ? ଭିଡିଓ ଭାଇରାଲ

18/11/2022 at 8:35 PM

ନୂଆଦିଲ୍ଲୀ: ଫିଫା ବିଶ୍ୱ କପ ୨୦୨୨ କତାରରେ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଦୁନିଆର ୩୨ଟି ଅନ୍ତରାଷ୍ଟ୍ରୀୟ ଫୁଟବଲ ଟିମ୍ କତାରରେ ପହଞ୍ଚିଛନ୍ତି । ବିଶ୍ୱ କପ ପୂର୍ବରୁ ଅନେକ ଟିମ ଖେଳାଳିଙ୍କ ଆହତକୁ ନେଇ ଚର୍ଚ୍ଚାରେ ଥିବାବେଳେ ଅନ୍ୟ କିଛି ଟିମ ନିଜ ଷ୍ଟାର ଖେଳାଳିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ପୋଲାଣ୍ଡ ଫୁଟବଲ ଟିମ ଏବେ ଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି । ପୋଲାଣ୍ଡର ଫୁଟବଲ ଟିମ ବିଶ୍ୱ କପ ପାଇଁ ଉଡାଣ ଭରିବା ପରେ କତାର ରାସ୍ତାରେ ଏଫ-୧୬ ଯୁଦ୍ଧ ବିମାନ ଦ୍ୱାରା ଏସ୍କର୍ଟ କରାଯାଇଥିଲା । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଉଲ୍ଲେଖଯୋଗ୍ୟ ମଙ୍ଗଳବାର ମିଶାଇଲ ମାଡରେ ୟୁକ୍ରେନ ସୀମା ନିକଟ ପୋଲାଣ୍ଡର ଏକ ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଏଫ-୧୬ ବିମାନ ଦ୍ୱାରା ଫୁଟବଲ ଟିମର ବିମାନକୁ ଏସ୍କର୍ଟ କରାଯାଇଥିଲା ।

ପୋଲାଣ୍ଡ ଟିମ ସହ ସେନାର ଦୁଇଟି ବିମାନ ଥିଲା । ରବର୍ଟ ଲେଭାଣ୍ଡୋସ୍କୋଙ୍କ ନେତୃତ୍ୱରେ ଟିମ୍ ୧୯୮୬ ପରେ ପ୍ରଥମ ଥର ପାଇଁ ଏହି ମେଗା ଇଭେଣ୍ଟର ନକଆଉଟ ପର୍ଯ୍ୟାୟରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ଓହ୍ଲାଇବ । ଫିଫା ବିଶ୍ୱ କପ ନଭେମ୍ୱର ୨୦ରୁ ଆରମ୍ଭ ହୋଇ ଡିସେମ୍ୱର ୧୮ରେ ଶେଷ ହେବ ।

   Related Posts