ମହିଳା ଡାକ୍ତର ପୁରୁଷ ଡାକ୍ତରଙ୍କୁ ଚପଲରେ ପିଟୁଛନ୍ତି, ଧକ୍କାବି ଖାଇଛନ୍ତି ! ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା, କିନ୍ତୁ ନାହିଁ ଅଭିଯୋଗ..

Published By : Prameya-News7 Bureau | October 08, 2020 IST

ସମ୍ବଲପୁର ୦୮।୧୦: ଯୁବତୀ ଓ ପୁରୁଷଙ୍କ ମଧ୍ୟରେ ମାରପିଟ୍‌ । ବେଶପୋଷାକରୁ ଉଭୟ ଡାକ୍ତର ହୋଇଥିବେ ବୋଲି ଅନୁମାନ କରାଯାଉଛି । ଏହି ମାର୍‌ପିଟର ଭିଡିଓ  ଭାଇରାଲ ହେବାରେ ଲାଗିଛି । ଭିଡିଓଟି ସମ୍ବଲପୁର ମେଡିକାଲ କଲେଜର ବୋଲି ଆଶାଙ୍କା କରାଯାଉଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ତାହା ଜଣାପଡୁନାହିଁ ।  

ମେଡିକାଲ କଲେଜ  ଭିତରେ ଜଣେ ଯୁବତୀ ଏବଂ ଜଣେ ପୁରୁଷଙ୍କ ମଧ୍ୟରେ ମାରପିଟ ହୋଇଛନ୍ତି । କୌଣସି ଏକ କାରଣକୁ ନେଇ ଉଭୟ ମାଡ଼ପିଟ ହେଉଥିବା ଏହି ଭିଡ଼ିଓରେ ଜଣାପଡିଛି। ଭିଡ଼ିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଭିଡ଼ିଓରେ ଜଣେ ଯୁବତୀ ଆଉ ଜଣେ ପୁରୁଷଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ପୁରୁଷ ଜଣଙ୍କ ମଧ୍ୟ ଉକ୍ତ ମହିଳାଙ୍କୁ ମାଡ଼ ମାରିଥିବାର ଦେଖିବାକୁ ମିଳୁଛି ଭିଡ଼ିଓରେ।

ମହିଳା ଓ ପୁରୁଷଙ୍କ ମଧ୍ୟରେ ମାରପିଟ୍‌ ଚାଲୁଥିବା ବେଳେ ଜଣେ ପୁରୁଷ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଘଟଣାର କାରଣ କିମ୍ବା ତାରିଖ ନେଇ କୌଣସି ସୂଚନା ମିଳିନଥିବା ବେଳେ ଏପରି ଘଟଣାକୁ ନେଇ ମଧ୍ୟ ବୁର୍ଲା ଥାନାରେ କୌଣସି ପ୍ରକାରର ଅଭିଯୋଗ ହୋଇନାହିଁ । ତେବେ ୨ଜଣ ଡାକ୍ତରଙ୍କ ଭିତରେ ମାରପିଟ୍‌ର ଏହି ଭିଡିଓ ସାଧାରଣରେ ବେଶ୍‌ ଚର୍ଚ୍ଚା ପାଲଟିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.