ମୋ ଘରକୁ ଖାଇବାକୁ ଆସିବେ କି ? ଅଟୋ ଡ୍ରାଇଭରଙ୍କ ନିମନ୍ତ୍ରଣ ରକ୍ଷା କରି ଘରେ ପହଞ୍ଚିଲେ କେଜରିୱାଲ୍‌

Published By : Prameya-News7 Bureau | September 12, 2022 IST

ଗାନ୍ଧୀନଗର:୨୦୨୪ ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟିର ଫୋକସରେ ଅଛି ମୋଦୀଙ୍କ ରାଜ୍ୟ ଗୁଜରାଟ। ଏଥିପାଇଁ ଘନ ଘନ ଗୁଜରାଟ ଗସ୍ତ କରୁଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍। ଏନେଇ ଆଜି ଅହମଦାବାଦରେ ଅଟୋ ଡ୍ରାଇଭରଙ୍କୁ ସମ୍ବୋଧନ କରୁଥିଲେ କେଜରିୱାଲ୍। ଦିଲ୍ଲୀରେ ଅଟୋ ଡ୍ରାଇଭରମାନେ କେମିତି ତାଙ୍କ ପ୍ରଚାର କାର୍ଯ୍ୟରେ ସାହାଯ୍ୟ କରିଥିଲେ ସେ ବିଷୟରେ କହୁଥିଲେ।

ଆଲୋଚନା ଚାଲିଥିବା ବେଳେ ଜଣେ ଅଟୋ ଡ୍ରାଇଭର ଭିଡ଼ରୁ ଉଠିପଡ଼ି କେଜରିୱାଲଙ୍କ ସହ କଥା ହୋଇଥିଲେ। ସେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି ବୋଲି କହିଥିଲେ। ପଞ୍ଜାବରେ କେଜରିୱାଲ ଯେମିତି ଜଣେ ଅଟୋ ଡ୍ରାଇଭରଙ୍କ ଘରେ ଖାଇଥିଲେ ସେମିତି ମୋ ଘରକୁ ଖାଇବାକୁ ଆସିବେ କି ବୋଲି ଡ୍ରାଇଭର ବିକ୍ରମ ଲାଲଟନୀ କେଜରିୱାଲ୍‌ଙ୍କୁ ପଚାରିଥିଲେ।

wp:html /wp:html

ନିମନ୍ତ୍ରଣ ପାଇବା ମାତ୍ରେ ବିକ୍ରମଙ୍କ କଥାରେ ରାଜି ହୋଇଯାଇଥିଲେ କେଜରିୱାଲ୍। ମୁଁ ଯିବି ମୋତେ ଆସି ନେଇଯିବ ବୋଲି କେଜରିୱାଲ୍ କହିଥିଲେ। ଏହାପରେ ମାହୋଲ ଖୁବ୍‌ ଉତ୍ସାହଭରା ହୋଇଯାଇଥିଲା। କେଜରିୱାଲ କହିଥିଲେ " ନିଶ୍ଚୟ ଆସିବି। ପଞ୍ଜାବର ଅଟୋ ଡ୍ରାଇଭରଙ୍କ ଘରକୁ ଯାଇଥିଲି। ସେମାନେ ମୋତେ ଖୁଭ ଭଲ ପାଆନ୍ତି। ଗୁଜୁରାଟର ଅଟୋ ଡ୍ରାଇଭରମାନେ ମଧ୍ୟ ଭଲପାଆନ୍ତି। ତେବେ ଆଜି ସନ୍ଧ୍ୟାରେ ଆସିବି ଖାଇବାକୁ? ମୋତେ ନେବାକୁ ମୋ ହୋଟେଲ୍ ଆସିବେ? ମୋ ସହ ଗୋପାଳ ଭାଇ ଓ ରିଷୁଦାନ ବି ଆସିବେ ଖାଇବାକୁ? ଆମେ ୩ ଜଣ ଆସିବୁ।"

{"width":838,"height":838}
May be an image of 10 people, people sitting, people standing and outdoors

ଡ୍ରାଇଭର ଜଣଙ୍କ କେଜିରାୱାଲ କଥା ଶୁଣି ଖୁସି ହୋଇଯାଇଥିଲେ। ଆଉ ରାତି ୮ଟାରେ ସତକୁ ସତକ କେଜରିୱାଲ୍ ବିକ୍ରମ ଦାନ୍ତନୀଙ୍କ ଘରେ ପହଞ୍ଚିଥିଲେ। ଇଶୁଦାନ ଗଧଭୀ, ଗୋପାଳ ଇଟାଲିଆ ଏବଂ ଇନ୍ଦ୍ରନୀଳ ରାଜଗୁରୁ ସମସ୍ତେ ବିକ୍ରମଙ୍କ ସହ ବଶି ରାତ୍ରୀ ଭୋଜନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.