୮ବର୍ଷରେ ପ୍ରଥମ ଜନ୍ମଦିନ ପାଳିଲେ, ଭାବବିହ୍ୱଳ କରିଦେବ ଏହି ଦୃଶ୍ୟ
12/11/2023 at 5:03 PM

ନୂଆଦିଲ୍ଲୀ 12/11: ସୋସିଆଲ୍ ମିଡିଆରେ ଗଦା ଗଦା ଭିଡିଓ। ଆପଣ ବି ଅନେକ ଭିଡିଓ ଦେଖୁଥିବେ। କିନ୍ତୁ ମନେ ପକେଇଲେ ଏମିତି କିଛି ଭିଡିଓ ଏହି କିଛି ଦିନ ଭିତରେ ଦେଖିଛନ୍ତି କି ଯହା ଆପଣଙ୍କୁ ଖୁସିଦେବା ସହ ଆଖିରେ ଲୁହ ବି ଆଣିଦେଇଛି। ଯଦି ନା ତାହେଲେ ଏହି ଭିଡିଓ ଦେଖନ୍ତୁ ଏହା ଆପଣଙ୍କୁ ଭାବବିହ୍ୱଳ କରିପାରେ କିନ୍ତୁ ନିହାତି ଭାବରେ ଏକ ଖୁସି ଓ ଆତ୍ମତୃପ୍ତି ଦେବ।

ଭିଡିଓଟି କୁନି ପିଲାଟିର। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ, ଦେଖିବାକୁ ମିଳିଛି ଯେତେବେଳେ ସେ ତାଙ୍କ ସ୍କୁଲ ଶ୍ରେଣୀରେ ପହଞ୍ଚନ୍ତି, ସେତେବେଳେ ତାଙ୍କୁ ଏକ ସରପ୍ରାଇଜ୍ ମିଳିଥିଲା। ଅର୍ଥାତ ଏମିତି କିଛି ଘଟିଥିଲା, ଯାହା ସେ କେବେ ସ୍ୱପ୍ନରେ ବି କଳ୍ପନା କରିନଥିଲା । ଯାହା ତାଙ୍କ ଆଖିରେ ଆଣିଦେଇଥିଲା ଲୁହ।
ଆମେ ସମସ୍ତେ ଆମର ଜନ୍ମଦିନ ପାଳନ କରିଥାଉ। କିଛି ଲୋକ ଏହାକୁ ଧୁମଧାମର ସହ ପାଳନ କରନ୍ତି ତ କିଛି ସାଧାରଣ ଭାବରେ। ଏହା ଏକ ସାଧାରଣ କଥା କିନ୍ତୁ ସମସ୍ତେ ଭାଗ୍ୟବାନ ନୁହଁନ୍ତି ଅର୍ଥାତ ଅନେକ କାରଣରୁ ସମସ୍ତଙ୍କୁ ନିଜ ଜନ୍ମଦିନ ପାଳନ କରିବାର ସୁଯୋଗ ମିଳେନି । ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ସେମାନଙ୍କର ଜନ୍ମଦିନ, କାହାର ଅଭିନନ୍ଦନ ଏବଂ ଉତ୍ସବ ଏକ ସ୍ୱପ୍ନ ପରି । ଏକ ଭାଇରାଲ୍ ଭିଡିଓଟି ଦର୍ଶାଇଛି ଯେ ଛୋଟ ପିଲାଟି ପାଇଁ ଜନ୍ମଦିନ ପାଳନ କରିବା କେତେ ବଡ କଥା। ଏହା ଦେଖିବା ପରେ ଯେ କେହିବି ଭାବପ୍ରବଣ ହୋଇଯିବେ।

ଏହି ଭିଡିଓଟି କଲମ୍ବିଆର ଆବେଜିକୋରୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ 8 ବର୍ଷର ଆଞ୍ଜେଲ ଡେଭିଡ ନିଜ ଶ୍ରେଣୀଗୃହରେ ପ୍ରବେଶ କରିବା ମାତ୍ରେ ସହପାଠୀମାନଙ୍କ ଠାରୁ ଜନ୍ମଦିନର ସରପ୍ରାଇଜ୍ ମିଳିଥିଲା। ଶ୍ରେଣୀଗୃହଟି ସୁନ୍ଦର ଭାବରେ ସଜାଯାଇଛି ଏବଂ ସମସ୍ତେ ଜନ୍ମଦିନର ଗୀତ ଗାଉଛନ୍ତି । ୮ବର୍ଷରେ ପ୍ରଥମ ଥର ପାଇଁ କେହି ଜଣେ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖି ପିଲାଟି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇତିଲେ। ପରେ ଆନନ୍ଦରେ କାନ୍ଦିବାକୁ ଲାଗିଥିଲେ। ଏହା ପରେ ଅନ୍ୟ ସହପାଠୀମାନେ ବି ସୁନ୍ଦର ଭାବରେ କରତାଳି ଦେଇ ତାଙ୍କ ନିକଟକୁ ଆସି ଡେଭିଡଙ୍କୁ ଆଲିଙ୍ଗ କରି ଶୁଭେଚ୍ଛା ଜଣାଇଥିଲେ।
ବାସ୍ତବରେ, ଡେଭିଡର ଶିକ୍ଷକ କାସାସ୍ ଜିମେନୋ ଜାଣିଥିଲେ ଯେ ଟଙ୍କା ଅଭାବରୁ ତାଙ୍କ ମା କେବେ ଜନ୍ମଦିନ ପାଳନ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ଅନ୍ୟ ଶିକ୍ଷକମାନଙ୍କ ସହ କତା ହୋଇ ନିଷ୍ପତ୍ତି ନେଇଥିଲେ ଯେ ଏଥର ସେମାନେ ନିଶ୍ଚିତ ଭାବରେ ଡେଭିଡ୍ ଙ୍କ ଜନ୍ମଦିନ ପାଳନ କରିବେ। ଏହି ସରପ୍ରାଇଜ୍ ବର୍ଥଡେ ପାର୍ଟିରେ ଶିକ୍ଷକମାନେ ଡେଭିଡଙ୍କ ସାଙ୍ଗମାନଙ୍କୁ ମଧ୍ୟ ସାମିଲ୍ କରିଥିଲେ । ଏହି ପିଲାମାନେ ଡେଭିଡଙ୍କ ପାଇଁ ଶ୍ରେଣୀରେ ପୂରା ଆୟୋଜନ କରିଥିଲେ ।
ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ 25 ଲକ୍ଷରୁ ଅଧିକ ଲୋକ ଦେଖିବା ସହ 10ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି। ଅନେକ ୟୁଜର ଏହା ଉପରେ ମନ୍ତବ୍ୟ ବି ଦେଇଛନ୍ତି। ଜଣେ କହିଛନ୍ତି – ସମସ୍ତଙ୍କୁ ଏପରି ବନ୍ଧୁ ବା ସହପାଠୀ ମିଳନ୍ତୁ। ଯେତେବେଳେ ଅନ୍ୟ କେହି କହିଛନ୍ତି – ଏହିପରି ଶିକ୍ଷୟତ୍ରୀଙ୍କୁ ସର୍ବୋତ୍ତମ ଶିକ୍ଷୟତ୍ରୀ ପୁରସ୍କାର ଦିଆଯିବା ଉଚିତ୍ । ବାସ୍ତବିକ୍ ଭିଡିଓଟି ବେଶ୍ ମନଛୁଆଁ। ଆମର ଟିକିଏ ଚେଷ୍ଟା ଅନ୍ୟର ଓଠରେ ଭରିଦେଇଥାଏ ହସ। ତେଣୁ ଆଉ ଡେରି କରନ୍ତୁନି ସେହି ଟିକିଏ ଚେଷ୍ଟା କରନ୍ତୁ ଅନ୍ୟକୁ ଖୁସି ବାଣ୍ଟନ୍ତୁ।
Also Read- ବନ୍ଧୁଙ୍କୁ ମର୍ଣ୍ଣିଂୱାକରେ ନେବା ପାଇଁ ଭିନ୍ନ ଏକ ପ୍ରୟାସ, ଆପଣଙ୍କୁ ନିହାତି ଆସିବ ପସନ୍ଦ